ଭୁବନେଶ୍ବର: ବିଜେବି କଲେଜରେ ଥିବା ଷ୍ଟଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପସିଥିବା ନେଇ ଚର୍ଚ୍ଚା‌ ହେଉଛି। ଏହାକୁ ନେଇ ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ଉତ୍ତେଜନା ଲାଗି ରହିଛି। ବିଜେପି ଅଭିଯୋଗ ଆଣିଛି ଯେ, ଷ୍ଟ୍ରଙ୍ଗ ରୁମରେ କେହି ଜଣେ ବ୍ୟକ୍ତି ପସିଥିଲା। ବିଜେପିକର୍ମୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ତେବେ ଏହାକୁ କେନ୍ଦ୍ର କରି ଷ୍ଟ୍ରଙ୍ଗ ରୁମ ବାହାରେ ଉତ୍ତେଜନା ବଢ଼ିଛି । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଧିରେ ଧିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହୋଇଛି।

Advertisment

publive-image

ପରିସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ପୁଲିସ ମୃଦୁ ଲାଠିଚାଳନା କରିଛି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଯୁବକ ଜଣକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

publive-image

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଗତକାଲି ହୋଇଥିବା ଭୋଟଗ୍ରହଣର ଫଳାଫଳା ଆସନ୍ତାକାଲି ପ୍ରକାଶ ପାଇବ। କାଲି ପୂର୍ବାହ୍ନରେ ଭୋଟ ଗଣତି ଆରମ୍ଭ ହେବ। ରାଜ୍ୟର ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟତୀତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଆସନ୍ତାକାଲି ଭୋଟ ଗଣତି ହେବ। ତେବେ ଭୋଟ ଗଣତି ପୂର୍ବରୁ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ସନ୍ଦିଗ୍ଧଙ୍କ ପ୍ରବେଶ ନେଇ ଉତ୍ତେଜନା ପ୍ରକାଶ ପାଇଛି।