ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ବାଣୀବିହାର ପରିସରରେ ଏକ ଗୋଷ୍ଠୀର ଛାତ୍ରମାନେ ଖଣ୍ଡା ଓ ଭୁଜାଲି ଧରି ଉପଦ୍ରବ ସୃଷ୍ଟି କରିଛନ୍ତି। ଉପଦ୍ରବକାରୀ ଛାତ୍ରମାନେ ପୁରୁଣା ଭିସି ଅଫିସ୍ ଆଗରେ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବା ସହିତ ଖଣ୍ଡା ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। ଏତି ସହିତ କିଛି ଗାଡ଼ି ଫିଙ୍ଗି ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।
/sambad/media/post_attachments/wp-content/uploads/2022/06/4e09ee76-226c-4370-ba3e-fdab747498e5.jpg)
ବାଣୀବିହାରରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ଉତ୍ପାତ କରିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଥିଲା। ମାତ୍ର ପୁଲିସ ପହଞ୍ଚିଲା ବେଳକୁ ଉପଦ୍ରବକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇସାରିଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଦର୍ଶନ କରାଯାଇଛି। ଏବିଭିପି ଛାତ୍ର ସମୂହ ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ବାଣୀବିହାର ପରିସରରେ ଗଣ୍ଡଗୋଳ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/789fb599-d8bd-4316-8cc7-3e149be11bcd.jpg)