ମାଛଚାଷ ପାଇଁ ନିଲାମକୁ ନେଇ ଉତ୍ତେଜନା: ମହିଳା ସରପଞ୍ଚଙ୍କୁ ଘେରିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ବୀରମହାରାଜପୁର: ମାଛଚାଷ ପାଇଁ ଉତ୍ତେଜନା। ମହିଳା ସରପଂଚଙ୍କୁ ଅଟକ ରଖିଲେ ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲିସ୍ଥିତ ମେଣ୍ଡିଲିମୁଣ୍ଡା ପୋଖରୀରେ ମାଛଚାଷ ନିଲାମ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମାଛଚାଷ ନିଲାମ କାର୍ଯ୍ୟ ଅପରାହ୍ନ ପରେ ଆରମ୍ଭ ହୋଇଥିଲା। ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ଏପରି ହେଲା ମୁର୍ଷୁଣ୍ଢୀ ସରପଞ୍ଚ ରିନା ପୁଟା ବୀରମହାରାଜପୁର ପୁଲିସର ସହାୟତା ମାଗିଥିଲେ।

ଗୋପପାଲି ମେଣ୍ଡିଲିମୁଣ୍ଡା ପୋଖରୀରେ ମାଛଚାଷ କରିବା ପାଇଁ ଗୋପପାଲି ଗ୍ରାମର ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୁର୍ଷୁଣ୍ଢୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ।ଏହି ୩ଟି ସ୍ୱୟଂ ସହାୟିକା ଗୋଷ୍ଠୀ ହେଲେ ଗୋପପାଲିର ମାଁ ଦୁର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମାଁ ବୃନ୍ଦାବତୀ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମିସନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କିନ୍ତୁ ମା ଦୂର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାଗଜ ପତ୍ର ଠିକ୍‌ ନାହିଁ ବୋଲି ଅନ୍ୟ ଦୁଇ ସ୍ୱୟଂ ସହାୟିକା ଗୋଷ୍ଠୀ ଅଭିଯୋଗ କରିଥିଲେ। ମା’ ଦୁର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯଦି ଆମର କାଗଜପତ୍ର ଠିକ୍‌ ନାହିଁ ତାହେଲେ ଆମକୁ ଲିଖିତ ଆକାରରେ ଦିଅନ୍ତୁ ବୋଲି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ କହିଥିଲେ।

ଅନ୍ୟ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆମକୁ ବନ୍ଦ ନିଲାମ ଦିଆଯାଏ କହି ଜିଦ୍‌ ଧରି ବସିଥିଲେ। ମାଁ ଦୂର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦୀର୍ଘ ବର୍ଷ ହେଲା ଏହି ପୋଖରୀରେ ମାଛଚାଷ କରିଆସୁଛି। ଏଣୁ ତାଙ୍କୁ ଏଥିରୁ ବାଦ ଦିଆ ଯାଉ ବୋଲି ଦାବି କରିଥିଲେ। ସମାସ୍ୟାର ସମାଧାନ ନହେବାରୁ ମାଛଚାଷ ନିଲାମକୁ ବାତିଲ କରାଗଲା ଓ ଅନ୍ୟ ଦିନ ଏହା କରାଯିବ ବୋଲି କହି ସରପଞ୍ଚ ରିନା ପୁଟା ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରକୁ ଆସୁଥିବା ବେଳେ ସରପଞ୍ଚଙ୍କୁ ଅଟକ ରଖିଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନେ। ଯଦି ଆଜି ବନ୍ଦ ନିଲାମ ନହୁଏ ତାହେଲେ ଭବିଷ୍ୟତରେ କେବେବି ବନ୍ଦ ନିଲାମ କରାଯିବ ନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର