ତେନ୍ତୁଳିଖୁଣ୍ଟି: ଆଜି ମଧ୍ୟାହ୍ନରେ ତେନ୍ତୁଳିଖୁଣ୍ଟି - ଇନ୍ଦ୍ରାବତୀ ରାସ୍ତାର ଆଉଁଳୀଗୁମ୍ମା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ଚନ୍ଦ୍ର ମୋହନ ହରିଜନ(୨୩) ବୋଲି ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ବାଇକ ଚାଳକଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଚନ୍ଦ୍ର ମୋହନଙ୍କ ଏକ ବର୍ଷର ଗୋଟେ ପୁତ୍ର ସନ୍ତାନ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-54.jpg)