ତାରାତାରିଣୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ: ଦୀପ ଗୃହରେ ରଖାଯାଇଥିବା ଦୀପରୁ ଲାଗିଲା ନିଆଁ

ବ୍ରହ୍ମପୁର: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଆଜି ବଡ଼ ଅଘଟଣ ଘଟିଥିବାର ଖବର ମିଳିଛି। ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ। ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ସବୁ ଦୁଆରବନ୍ଧ କ୍ଷତି ଘଟିଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି।

ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା। ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମା’ଙ୍କ କୃପାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବି ପବିତ୍ର ଶକ୍ତିପୀଠରେ ଅଷ୍ଟମୀ ତିଥିରେ ନିଆଁ ଲାଗିବା ଆଦୌ ଶୁଭଙ୍କର ନୁହେଁ ବୋଲି ପଣ୍ଡିତମାନେ ଚିନ୍ତାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର