ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ପଥରା ପଞ୍ଚାୟତର ଖଣ୍ଡରାପଡ଼ା ଚିଲିକାପେଣ୍ଠରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ ଜଣ ମତ୍ସ୍ୟଜୀବୀଙ୍କ ଡଙ୍ଗାପଟା ସମେତ ୪୦ ଲକ୍ଷରୁ ଅଧିକ ଟଙ୍କାର ଖନ୍ଦାଜାଲ ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଏକ ବରଗଛର ବି କିଛି ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ଖଲ୍ଲିକୋଟ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୁର୍ବୃ୍ତ୍ତ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଥିବା ବେଳେ ଖଲ୍ଲିକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।