କଟକ : ଉଗ୍ରବାଦୀ ସଂଗଠନ ଅଲ୍ କଏଦାର ସଦସ୍ୟ କୁହାଯାଉଥିବା ଅବଦୁର୍ ରହେମାନ୍ ବିରୋଧରେ ବିଚାରାଧୀନ ମାମଲାରେ ଆଜି ସାକ୍ଷ୍ୟ ହୋଇ ପାରି ନାହିଁ। ଆଜି ମାମଲାର ଶୁଣାଣି ପାଇଁ ଚୌଦ୍ୱାର ଜେଲରେ ଥିବା ଅବଦୁରକୁ ଜିଲ୍ଲା ଓ ଦୌରା ଜଜ୍ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ହାଜର କରାଯାଇଥିଲା। କିନ୍ତୁ କୌଣସି ସାକ୍ଷୀ ଆସି ନଥିଲେ। ଫଳରେ ମାମଲାର ଶୁଣାଣି ଘୁଞ୍ଚିଥିଲା। ଏହି ମାମଲାରେ ପୂର୍ବରୁ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍ ଓରଫ ରମଜାନୀଙ୍କ ସାକ୍ଷ୍ୟ ଗ୍ରହଣ ସରିଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ରହେମାନକୁ ଦିଲ୍ଲୀ ପୁଲିସ କମିସନରେଟ୍ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Reheman.jpg)