ସହିଦ୍‌ଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନର ଦରମା ଦେଲା ଆଇପିଏସ୍‌ ସଂଘ

ଭୁବନେଶ୍ୱର : ଜମ୍ମୁ-କଶ୍ମୀର ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସହିଦ୍ ହୋଇଥିବା ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛି ଆଇପିଏସ୍‌ ସଂଘ। ଆଜି ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରତ୍ୟେକ ଅଫିସର ଗୋଟିଏ ଦିନର ଦରମା ଏହି ସହିଦ ପରିବାରବର୍ଗଙ୍କୁ ଉତ୍ସର୍ଗ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହି ଗୋଟିଏ ଦିନର ଦରମା ସିଆରପିଏଫ୍‌ ଡିଜିଙ୍କ କଲ୍ୟାଣ ପାଣ୍ଠିରେ ଜମା କରିବା ପାଇଁ ଘୋଷଣା କରାଯାଇଛି। ତା ସହିତ ଏଭଳି ଆତ୍ମଘାତୀ କାର୍ଯ୍ୟକୁ ସଂଘ ତୀବ୍ର ନିନ୍ଦା କରିଛି। ସିଆରପିଏଫ୍‌ ସହ ପ୍ରତି ମୁହୂର୍ତ୍ତରେ ଆଇପିଏସ୍‌ ସଂଘ ଛିଡ଼ା ହୋଇଛି ଓ ସମର୍ଥନ କରୁଛି ବୋଲି ସଂଘ କହିଛି। ତା ଛଡ଼ା ଏହି ଘୃଣ୍ୟ କାମ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର