ଆତଙ୍କବାଦୀ ଆକ୍ରମଣ ଘଟଣା: ଆଉ ଜଣେ ଓଡ଼ିଆ ଯବାନ ଆହତ, ଆଜି ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର

ଆତଙ୍କବାଦୀ ଆକ୍ରମଣ ଘଟଣା:  ଆଉ ଜଣେ ଓଡ଼ିଆ ଯବାନ ଆହତ, ଆଜି ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର

ପୁରୀ/ସାକ୍ଷୀଗୋପାଳ/ ବେତନଟୀ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର ଆଜି ସକାଳ ପ୍ରାୟ ୯ଟାରେ ତାଙ୍କ ଜନ୍ମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିରେ ପହଞ୍ଚିବ।

ଶୁକ୍ରବାର ଦିନ ବିମାନ ଯୋଗେ ଦେବାଶିଷଙ୍କ ପାର୍ଥିବ ଶରୀର ନିଜ ଗାଁରେ ପହଞ୍ଚିବାର ଥିଲା। କିନ୍ତୁ, ବିମାନ ଚଳାଚଳରେ ତ୍ରୁଟି କାରଣରୁ ଶନିବାର ଦିନ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବ ବୋଲି ଜଣାପଡ଼ିଛି। ଗାଁ’ ଶ୍ମଶାନରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ। ଏଥିପାଇଁ ଆଜି ଗାଁ ଶ୍ମଶାନକୁ ସଫା କରାଯାଇଛି। ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ୍‌ ଅନର୍‌’ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ କହିଛନ୍ତି।

publive-image

ଅନ୍ୟପକ୍ଷରେ, ଏହି ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମନ୍ତ୍ରୀଡାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ କାଳୀଚରଣ ଆହତ ହୋଇଛନ୍ତି।

କାଳୀଚରଣ ଗତ ୯ ବର୍ଷ ଧରି ଭାରତୀୟ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟ କରିୁଛନ୍ତି। ଗତକାଲି ରାଷ୍ଟ୍ରୀୟ ରାଇଫଲ୍‌ ୟୁନିଟ୍‌ର ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଚଳାଉଥିଲେ କାଳୀଚରଣ। ଅପରାହ୍ନ ପାଖାପାଖି ୩ଟା ସମୟରେ ଗାଡ଼ି ଉପରକୁ ହଠାତ୍‌ ଗ୍ରେନେଡ୍‌ ମାଡ଼ କରିଥିଲେ ଆତଙ୍କବାଦୀ। ଫଳରେ ଭୟଙ୍କର ବିସ୍ଫୋରଣ ହୋଇ ଗାଡ଼ିଟି ଜଳି ଯାଇଥିଲା। ଏହି ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲା ବେଳେ ଭାଗ୍ୟକୁ କାଳୀଚରଣ ବର୍ତ୍ତି ଯାଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସେନା ଶିବିରରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ଓ ସେ ନିଜ ପରିବାରବର୍ଗଙ୍କ ସହିତ ନିୟମିତ ବ୍ୟବଧାନରେ କଥା ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe