ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସୁପରସୋନିକ୍ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ ଏୟାର ଭର୍ସନ୍ ସଂସ୍କରଣର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧବିମାନ ସୁଖୋଇ-୩୦ ଏମ୍କେଆଇରୁ ଏହି କ୍ଷେପଣାସ୍ତ୍ରକୁ ଆକାଶମାର୍ଗରୁ ସମୁଦ୍ର ମଧ୍ୟରେ ପରୀକ୍ଷଣ କରାଯାଇଛି।
ଭାରତ ଓ ଋଷର ମିଳିତ ଉଦ୍ୟମରେ ବିକଶିତ ହୋଇଥିବା ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ‘ବ୍ରହ୍ମୋସ’ ହେଉଛି ବିଶ୍ବର ସବୁଠାରୁ କ୍ଷୀପ୍ର ଦୂରଗାମୀ ଓ ଶକ୍ତିଶାଳୀ ଆକ୍ରମଣାତ୍ମକ କ୍ଷେପଣାସ୍ତ୍ର ପ୍ରଣାଳୀ। ଏହା ଶଦ୍ଦଠାରୁ ୩ ଗୁଣ ଅଧିକ ବେଗରେ ଗତି କରିବାର କ୍ଷମତା ରଖିଛି। ପୂର୍ବରୁ ଏହାକୁ ଭାରତୀୟ ସେନାବାହିନୀରେ ଅନ୍ତର୍ଭୁକ୍ତ କରାଯାଇସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/bra.jpg)