ଗତକାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଲାଗି ନମୂନା ପରୀକ୍ଷା ହୋଇଥିବା ଜଣାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ
ମଙ୍ଗଳବାର ଦିନ ୨୦୨୭ଟି ଆରଟିପିସିଆର୍ ନମୂନା ପରୀକ୍ଷା ହୋଇଥିଲା।

ଏଥିମଧ୍ୟରୁ ଆରଏମଆରସିରେ ୧୨୩୪,ଆଇଏଲଏସରେ ୧୯୨ ଟି ସାମ୍ପଲ୍ ଟେଷ୍ଟ ହୋଇଛି । ଏସସିବିରେ ୩୭୮,ଏମ୍ସ ୭୭,ଏମକେସିଜିରେ ୪୧ ,ଭୀମସାରରେ ୩୩, ରାଉରକେଲା ଆଇଜିଏଚରେ ୫୧ ,ଆପୋଲୋରେ ୨୧ ଟି ନମୂନା ପରୀକ୍ଷା ହୋଇଛି।

ଏହି ଲାବୋରେଟୋରୀଗୁଡ଼ିକର ସମସ୍ତ ମାଇକ୍ରୋବାୟୋଲୋଜିଷ୍ଟ୍, ଟେକ୍ନିସିଆନ୍ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ତ୍ୟାଗ ଏବଂ କଠିନ ପରିଶ୍ରମକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି |

ସୂଚନାଯୋଗ୍ୟ, ଗୋଟିଏ ସ୍ୱାବ ଟେଷ୍ଟ ପାଇଁ ୪,୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୩,୭୭୫ ଟି ନମୂନା ପରୀକ୍ଷା ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର