ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଓଡିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି । ଏପରିକି ଏବେ ରୋଗୀଙ୍କୁ ଅମ୍ଲଜାନର ମଧ୍ୟ ଦରକାର ପଡୁନାହିଁ । ଖୁବ ଶୀଘ୍ର ଏମାନଙ୍କୁ ହସ୍ପିଟାଲରୁ ଛୁଟି କରାଯିବ ବୋଲି ସୂଚନା ମିଳିଛି। ସେହିପରି ପ୍ଲାଜମା ନେଇଥିବା ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବି ସ୍ଥିର ରହିଛି।
ଅନ୍ୟପଟେ ପ୍ଲାଜମା ଦାନ କରିବାକୁ ଯାଇଥିବା କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆଜି ଟୁଇଟ କରି ମୁଖ୍ୟମନ୍ତ୍ରୀ ଏନଡିଆରଏଫ, ହୋମଗାର୍ଡ , ଅଗ୍ନିଶମ ବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ।
Commend the @NDRFHQ and @OdishaFS_HGs_CD personnel for coming forward after recuperating to donate Plasma for the treatment of serious patients. This gesture will inspire other Covid patients to donate blood after recovery & help save precious lives. #OdishaCares
— Naveen Patnaik (@Naveen_Odisha) July 19, 2020
କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଆରୋଗ୍ୟ ହେବାରେ ଏହି ପ୍ଲାଜମା ଥେରାପି ସହାୟକ ହେବ । ପ୍ଲାଜମା ଦାନ କରି ମୂଲ୍ୟବାନ ଜୀବନ ବଂଚାଇ ହେବ । ସର୍ବୋପରି କରୋନା ଯୋଦ୍ଧାଙ୍କ ପ୍ଲାଜମା ଦାନ ଅନ୍ୟ ଆକ୍ରାନ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି।