ବାଲେଶ୍ବର/ଚାନ୍ଦିପୁର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ଆଜି ଭୂପୃଷ୍ଠରୁ ଆକାଶମାର୍ଗକୁ ଭର୍ଟିକାଲ ଲଞ୍ଚ୍ ସଟ୍ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ(ଭିଏଲ-ଏସ୍ଆର୍ସାମ୍)ର ସଫଳ ପରୀକ୍ଷଣ କରାଯାଇଛି। ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭିଏଲ-ଏସଆରଏସଏଏମ ବିକଶିତ କରାଯାଇଛି। ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟକୁ ଟାର୍ଗେଟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା। କ୍ଷେପଣାସ୍ତ୍ରରେ ଲାଗିଥିବା ରେଡିଓ ଫ୍ରିକ୍ବେନ୍ସି(ଆରଏଫ) ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଚାନ୍ଦିପୁରରୁ ଭିଏଲ୍-ଏସଆର୍ ଏସ୍ଏଏମ୍ର ପରୀକ୍ଷଣ
/sambad/media/post_attachments/wp-content/uploads/2022/08/fshsf654fhs65f4shsf65hfs65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)