ଆସିଲା ୨୫ହଜାର ଟିଟାନ୍‌ସ ଟିକ୍ସାଇଡ୍‌, ୧୨ ଅଞ୍ଚଳକୁ ଯୋଗାଣ

ଭୁବନେଶ୍ବର : ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଗତ ୧୦ମାସ ହେବ ଟିଟାନ୍‌ସର ହୋଇଥିବା ଅଭାବ ଦୂର ହୋଇଛି। ରାଜ୍ୟ ଔଷଧ ନିଗମ ପାଖରେ ୨୫ହଜାରରୁ ଅଧିକ ଟିଟାନ୍‌ସର ଭାଇଲ୍ ପହଞ୍ଚିଥିବା ଜଣାପଡ଼ିଛି। ଏବେସୁଦ୍ଧ ୧୨ଟି ଅଞ୍ଚଳକୁ ଟିଟାନ୍‌ସ ଯୋଗାଣ ସରିଥିବା ସୂଚନା ମିଳିଛି।

ଚଳିତମାସ ଆରମ୍ଭରୁ ରାଜ୍ୟକୁ ଟିଟାନ୍‌ସ ଟକ୍ସାଇଡ୍ ବା ଟିଟିର ଭାଇଲ ପହଞ୍ଚିଛି। ‘ନିରାମୟ’ ଜରିଆରେ ଲୋକମାନେ ଏହାକୁ ବଣ୍ଟନ କରାଯିବ। ରାଜଧାନୀ ସମେତ ଏସ୍‌ସିବି ମେଡିକାଲ, ବାଲେଶ୍ବର ଓ ଅନ୍ୟାନ୍ୟ ଅଞ୍ଚଳକୁ ଏହାକୁ ଯୋଗାଇ ଦିଆଯାଇଛି। ଯାହାଫଳରେ ରାଜ୍ୟରେ ଟିଟାନ୍‌ସର ଅଭାବ ସାମାନ୍ୟ ଦୂର ହୋଇପାରିଛି।

ଉଲ୍ଲେଖ ଯେ, ଚଳିତମାସ ଆରମ୍ଭରୁ ରାଜ୍ୟରେ ଟିଟାନ୍‌ସର ଅଭାବ ହୋଇଥିଲା। ରାଜ୍ୟ ଔଷଧ ନିଗମରେ ଗତ ୩ଟି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା କମ୍ପାନି କେନ୍ଦ୍ର ଔଷଧ ଦର ନିୟନ୍ତ୍ରଣକ କର୍ତୃପକ୍ଷ ବା ଏନ୍‌ପିପିଏ ପକ୍ଷରୁ ଧାର୍ଯ୍ୟ ଦରରେ ଯୋଗାଇବା ପାଇଁ ରାଜି ହୋଇ ନ ଥିଲେ। ଏନ୍‌ପିପିଏ ୫.୮୩ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଟେଣ୍ଡରରେ ଆବେଦନକାରୀ କମ୍ପାନି ପକ୍ଷରୁ ଏଥିପାଇଁ ୮ଟଙ୍କା ଦର ଧାର୍ଯ୍ୟ କରିଥିଲା। ଏନ୍‌ପିପିଏର ଧାର୍ଯ୍ୟ ଦରଠାରୁ ଏହା ଯଥେଷ୍ଟ ଥିବାରୁ ନିଗମ ଏହାକୁ କିଣି ନ ଥିଲା। କେବଳ ରାଜ୍ୟ ନୁହେଁ ଦେଶବ୍ୟାପୀ ଟିଟାନ୍‌ସକୁ ନେଇ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଟିଟାନସ୍‌କୁ ନେଇ ଅଚଳାବସ୍ଥା ପରେ ଦିଲ୍ଲୀ ହାଇକୋର୍ଟ ଏନ୍‌ପିପିଏ ପକ୍ଷରୁ ଧାର୍ଯ୍ୟ ଦରରେ ପରିବତର୍ନ ଆଣିବା ପାଇଁ ନିର୍ଦେଶ ଦେଇଥିଲେ। ଏବେ ୭.୭୭ଟଙ୍କାରେ ସଂପୃକ୍ତ କମ୍ପାନି ଇଞ୍ଜେକସନ୍ ଯୋଗାଇବା ପାଇଁ ରାଜି ହୋଇଥିଲା।

ସମ୍ବନ୍ଧିତ ଖବର