କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାରଠାରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ ହୋଇଛି। ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି। ଏହାସହ ଶିଳ୍ପ କ୍ଷେତ୍ରରେ କଟକ ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି।
ବିଶ୍ୱସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି। ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହାସହ ରାଜ୍ୟର କପା ଚାଷୀମାନେ ମଧ୍ୟ ବିଶେଷ ଲାଭବାନ ହୋଇପାରିବେ। କେବଳ ଏତିକି ନୁହେଁ, ଏଥିରେ ମହିଳାମାନଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ସେମାନଙ୍କୁ ସ୍କିଲ ଡେଭଲପମେଣ୍ଟ ଅଧୀନରେ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।