ଠାକୁର ନିଗମାନନ୍ଦଙ୍କ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

ଗୋପ : ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବଉଲାଙ୍ଗ ଗ୍ରାମ ପଞ୍ଚାୟତର ବଣହରାଠାରେ ଉଦ୍‌ଯାପିତ ହୋଇଯାଇଛି। ସମ୍ମିଳନୀରେ ବାର ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଶେଷ ଦିନ ବିଦାୟ ସଭା ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୦ ମସିହା ମାଘ ପୂର୍ଣିମା ଦିନ ଜଗତସିଂପୁର ଜିଲ୍ଲା ବାଲିକୁଦାଠାରେ ୬୯ତମ ଭକ୍ତ ସମ୍ମିଳନୀ ଆୟୋଜନ କରିବା ପାଇଁ ବାଲିକୁଦା ନିର୍ବାଚନ ମଣ୍ତଳୀର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ନୀଳାଚଳ ସାରସ୍ବତ ସଂଘ ପରିଚାଳନା ମଣ୍ତଳୀର ସମସ୍ତ ସଦସ୍ୟ, ଆବାହକ କମିଟିର ସମସ୍ତ ସଦସ୍ୟ, ଏବଂ ଓଡ଼ିଶାର ସମସ୍ତ ସଂଘର କର୍ମକର୍ତ୍ତାମାନେ ଶ୍ରୀଶ୍ରୀ ଠାକୁର ମହାରାଜଙ୍କୁ ନିମନ୍ତ୍ରଣ ଜଣାଇଥିଲେ।

ସମ୍ମିଳନୀର ଦ୍ବିତୀୟ ଦିନ ପ୍ରାତଃ କାଳରେ ଠାକୁରଙ୍କର ପୂଜାର୍ଚ୍ଚନା, ବନ୍ଦନା ଓ ପ୍ରାର୍ଥନା ପରେ ସକାଳ ୯ଟାରେ ମହିଳା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ତଣ୍ତିକୂଳ ନିଗମାନନ୍ଦ ଆଶ୍ରମର ଅଧ୍ୟକ୍ଷା ମାତା କଲ୍ୟାଣମୟୀ ସରସ୍ବତୀ, ସମ୍ମାନିତ ବକ୍ତା ଭାବେ ଅନୁଗୁଳ ନାଲ୍‌କୋ ନଗରର ମିନତୀ ସ୍ବାଇଁ ଯୋଗ ଦେଇଥିଲେ। ଅପରାହ୍ଣରେ ବିଶିଷ୍ଟ ଶିକ୍ଷାବିତ୍ ରଜତ କୁମାର କରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଶିଷ୍ଟ ଅତିଥି ଭାବେ ଶ୍ରୀମଦ୍‌ ସ୍ବାମୀ ପ୍ରଜ୍ଞାନାନନ୍ଦଜୀ ମହାରାଜ, ଶ୍ରୀମଦ୍‌ ସ୍ବାମୀ ଅସୀମାନନ୍ଦ ସରସ୍ବତୀ, ଶ୍ରୀମଦ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ମୁଖ୍ୟବକ୍ତା ଭାବେ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ, ସମ୍ମାନିତ ବକ୍ତା ଭାବେ ଡ.ଶାନ୍ତନୁ କୁମାର ରଥ ଯୋଗ ଦେଇଥିଲେ। ନୀଳାଚଳ ସାରସ୍ବତ ସଂଘର ସଭାପତି ଗୁରୁ ପ୍ରସାଦ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର