ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ବାଲିକୁଦା : ଜଗତସିଂହପୁର ଜିଲ୍ଲା ବାଲିକୁଦାଠାରେ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୯ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଏହି ଭକ୍ତ ସମ୍ମିଳନୀରେ ଦେଶର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ସଂଘର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଏହି ଅବସରରେ ନାଳିଓ ସ୍ଥିତ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଆସନ ମନ୍ଦିର ସନ୍ନିକଟ ସମ୍ମିଳନୀ ପରିସରରେ ରାଜ୍ୟ ସଭାପତି ଗଗନେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିର ସଭାରେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ତଥା ସମ୍ମିଳନୀର ଅଭ୍ୟର୍ଥନା କମିଟି ସଭାପତି ରଘୁନନ୍ଦନ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘ଆଦର୍ଶ ଗୃହସ୍ଥ ଜୀବନ ଗଠନ’ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଆସାମ ସ୍ଥିତ ବଙ୍ଗୀୟ ସାରସ୍ବତ ମଠର ମହନ୍ତ ମହାରାଜ ପୂଜ୍ୟ ସ୍ବାମୀ ଦିବ୍ୟାନନ୍ଦ ମହାରାଜ, ଭୁବନେଶ୍ବର ସ୍ଥିତ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ୱାର୍ଲ୍ଡ ଫାଉଣ୍ଡେସନ ଅଧ୍ୟକ୍ଷ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ଥିଲେ। ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସାଧାରଣ ସମ୍ପାଦକ ପଣ୍ତିତ ବୀରେନ୍ଦ୍ର କୁମାର ପଣ୍ତା ମୁଖ୍ୟବକ୍ତା, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର