ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ୧୦୭ ତମ ସାର୍ବଭୌମ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

ବିଧିରକ୍ଷା ପାଇଁ ୩ ଦିନ ଧରି ପାଳିତ

ଭୁବନେଶ୍ବର : ଆସାମ ବଙ୍ଗୀୟ ସାରସ୍ବତ ମଠ (କୋକିଳାମୁଖ) ପକ୍ଷରୁ ବିଶ୍ବବନ୍ଦିତ ସଦ୍‌ଗୁରୁ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ପ୍ରବର୍ତ୍ତିତ ୧୦୭ ତମ ବିଧିରକ୍ଷା ସାର୍ବଭୌମ ଭକ୍ତ ସମ୍ମିଳନୀ ଗତ ଡିସେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ପିପିଲି ଉପକଣ୍ଠ ଜଇସପାଟଣା ଗ୍ରାମ ନିକଟସ୍ଥ ମୁଦୁଲି ଫାର୍ମ ହାଉସଠାରେ ସଂପୂର୍ଣ୍ଣ କରୋନା କଟକଣା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ତେବେ ଗତ ଡିସେମ୍ବର ୨୬ ତାରିଖରେ ଅଧିବାସ ପର୍ବାନ୍ତେ ୨୭ ତାରିଖରେ ସମ୍ମିଳନୀର ଅନ୍ତରଙ୍ଗ ଅଧିବେଶନ ଓ ୨୮ ତାରିଖରେ ସାଧାରଣ ଅଧିବେଶନ ଆନନ୍ଦ ସଭା ପୂଜ୍ୟପାଦ ମହନ୍ତ ସ୍ବାମୀ ଦିବ୍ୟାନନ୍ଦ ସରସ୍ବତୀ ମହାରାଜଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୯ ତାରିଖରେ ସମ୍ମିଳନୀର ମହିଳା ସଭା ପ୍ରାକ୍ତନ ଅଧ୍ୟାପିକା ଗୀତାରାଣୀ ପୂଜାରୀଙ୍କ ସଭାପତିତ୍ବରେ ସମାହିତ ହୋଇ ଥିବାବେଳେ ଅପରାହ୍ଣରେ ସାଧାରଣ ଧର୍ମସଭା ହିମାଳୟର ସାଧୁ ସ୍ବାମୀ ଶର୍ମିଷ୍ଠାନନ୍ଦ ସରସ୍ବତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀର ବିଧିରକ୍ଷା ଅନୁଷ୍ଠାନରେ ଆସାମ-ବଙ୍ଗୀୟ ସାରସ୍ବତ ମଠ (କୋକିଳାମୁଖ)ର ଟ୍ରଷ୍ଟ ସଭାର ସଦସ୍ୟମାନଙ୍କ ମଧ୍ୟରୁ ସର୍ବଶ୍ରୀ ଆସାମରୁ ହରିପଦ ସରକାର, ଜଲପାଇଗୁଡ଼ିରୁ ଶସାଙ୍କ ବସୁନିଆ, କଲିକତାରୁ ନିଶିଥ ଦତ୍ତ(ଚାଟାର୍ଡ), ଖଡ଼କୁସୁମା ଆଶ୍ରାମାଧ୍ୟକ୍ଷ ଶ୍ରୀମତ୍ ସବ୍ୟସାଚୀ ଚୈତନ୍ୟ ବ୍ରହ୍ମଚାରୀ, ଓଡ଼ିଶାରୁ ମହେଶ୍ବର ସ୍ବାଇଁ, ପଶ୍ଚିମବଙ୍ଗ ପ୍ରଚାର ବିଭାଗର ଅଧ୍ୟକ୍ଷ ଶ୍ରୀମତ୍ ଅଚିନ୍ତ୍ୟ ଚୈତନ୍ୟ ବ୍ରହ୍ମଚାରୀଙ୍କ ସମେତ ସର୍ବଭାରତୀୟ ସ୍ତରରେ ତତ୍ତ୍ବାବଧାରିକା ସମିତିର ସଭାପତି ଡାକ୍ତର ଅରୁଣ କର, ପୂଜ୍ୟପାଦ ମହନ୍ତ ମହାରାଜଜୀଙ୍କ ସଚିବ ନିରଞ୍ଜନ ମହାନ୍ତି, ତତ୍ତ୍ବାବଧାରିକା ସମିତିର ସହସଭାପତି ବୈକୁଣ୍ଠ ହୋତା ଓ ସହସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ଆନନ୍ଦନଗର ଆଶ୍ରମର ଉପାଧ୍ୟକ୍ଷ ଶ୍ରୀମତ୍ ଅପରୂପାନନ୍ଦ ସରସ୍ବତୀ, ମାନସମୁଢ଼ିଆ ଆଶ୍ରମାଧ୍ୟକ୍ଷ ଶ୍ରୀମତ୍ ଦେବେଶାନନ୍ଦ ସରସ୍ବତୀ, ଆଦ୍ରା ଆଶ୍ରମାଧ୍ୟକ୍ଷ ଶ୍ରୀମତ୍ ରମଣାନନ୍ଦ ସରସ୍ବତୀ, ବନାରସରୁ ଶ୍ରୀମତ୍ ସ୍ବାମୀ ଅପୂର୍ବାନନ୍ଦ ସରସ୍ବତୀ, ଶ୍ରୀମତ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଓ ଓଡ଼ିଶାର ବିଭାଗୀୟ ସଦସ୍ୟ ଦେବ କୁମାର ରାଉତରାୟ ପ୍ରମୁଖ ଯୋଗଦାନ କରି ଧାର୍ମିକ ଆଲୋଚନା କରିଥିଲେ।

ଏହି ସାର୍ବଭୌମ ସମ୍ମିଳନୀରେ ଭୁବନେଶ୍ବର ଆଶ୍ରାମାଧ୍ୟକ୍ଷ ଶ୍ରୀମତ୍ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀଙ୍କ ନେତୃତ୍ବରେ ସମ୍ମିଳନୀ କମିଟିର ସଂପାଦକ ନିଗମ ପ୍ରସାଦ ନାୟକ, ସହ ସଭାପତି ଇଂ. ସଂଜୟ ରାଉତ, ଡା. ଅଶୋକ ପାଢ଼ୀ, ସେବକ ସଂଘର ସଂପାଦକ ଡ. ବିଚିତ୍ରାନନ୍ଦ ପାତ୍ର, ସୁଶ୍ରୀ ଅନିମା ବେହେରା, ନଳୀନିକାନ୍ତ ମୁଦୁଲି, ଓଡ଼ିଶାର ବିଭାଗୀୟ ସଦସ୍ୟ ଓ ଜିଲ୍ଲା ସଦସ୍ୟମାନଙ୍କ ପରିଚାଳନାରେ ସମ୍ମିଳନୀ ସୁଚାରୁ ରୂପେ ସଂପାଦିତ ହୋଇଯାଇଛି।

ସମ୍ବନ୍ଧିତ ଖବର