ଠାକୁରାଣୀ ଯାତ୍ରା: ନିଆଁରେ ଚାଲିଲେ ଭକ୍ତ

ହରିଚନ୍ଦନପୁର  : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମରେ ଆଜି ବାର୍ଷିକ ସୋମନାଥ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜକ କଣ୍ଠ ନାଏକ ରୀତିନୀତି ଅନୁଯାୟୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ଦୁଇଫୁଟ ଓସାର ଏବଂ ୨୦ ଫୁଟ ଲମ୍ବର ଏକ ଗାତ ମଧ୍ୟରେ ଥିବା ନିଆଁ ଉପରେ ଚାଲିବା ଦୃଶ୍ୟ ଦେଖିବା ପାଇଁ ଆଖପାଖ ଗ୍ରାମର ଲୋକଙ୍କ ଭିଡ ଜମିଥିଲା। ଯେଉଁମାନେ ଏହି ନିଆଁ ଉପରେ ଚାଲିଥାନ୍ତି ସେମାନଙ୍କୁ ଅଗ୍ନି କୁଆଁରୀ କୁହାଯାଇଥାଏ। ଆଜି ଗ୍ରାମର ଅଗ୍ନି କୁଆଁରୀ ମାୟା ନାଏକ , ଇନ୍ଦ୍ର ନାଏକ ଓ ଛାଲୁ ନାଏକ ନିଆଁ ଉପରେ ଚାଲିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଏହି ଠାକୁରାଣୀ ଯାତ୍ରା ପରିଚାଳିତ ହୋଇଥାଏ।

ସମ୍ବନ୍ଧିତ ଖବର