ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ସାଢେ ୪ କୋଟି ଓଡ଼ିଆଙ୍କ ଠାକୁର କହିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଏହି ପ୍ରସଙ୍ଗ ଧୀରେ ଧୀରେ ଜଟିଳ ହେଉଥିବା ଦେଖି ଆଜି ଗଣମାଧ୍ୟମ ଆଗରେ ସେ ମୁହଁ ଖୋଲିଛନ୍ତି। କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସେ ଦେବତୂଲ୍ୟ ଲୋକ କହିବାକୁ ଚାହୁଥିଲେ। ଠାକୁର କହିବା ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’ ବା ପାଟିରୁ ଖସି ଯାଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମ୍‌ରେ ଗତ ଶନିବାର ସଭା କରି ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ, ଅନୁଗୁଳକୁ ଆମ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଅନୁଗୁଳ ମାଟିରେ ପାଦ ପକାଇଛନ୍ତି । ଭରପୂର ସଭାରେ ଉପବାଚସ୍ପତିଙ୍କ ଏମିତି ମନ୍ତବ୍ୟ ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଏପରିକି ତାଙ୍କ ନାମରେ ତାଳଚେର ଥାନାରେ ଏତଲା ଦିଆଯାଇଥିଲାବେଳେ ବିଜେପି କୁଶପୁତ୍ତଳିକା ଦାହ କରିଥିଲା।