ବରଗଡ଼ : ବରଗଡ଼ ଟାଉନ୍ ଥାନାଧିକାରୀ ସତ୍ୟଜିତ୍ ଖାଣ୍ଡେକେଲ୍ଙ୍କ ପିସ୍ତଲ୍ ରଖିବା ଶୈଳୀ ଏବେ ଚର୍ଚ୍ଚାରେ।
ପୁଲିସ୍ ନିୟମାନୁସାରେ, ଜଣେ ଆଇଆଇସି ବର୍ଦ୍ଦିରେ ପିସ୍ତଲ ଧରିପାରିବେ। ଯାହା ଶ୍ରୀ ଖାଣ୍ଡେକେଲ୍ ପାଳନ ବି କରୁଛନ୍ତି। ସାଧାରଣତଃ, ଜଣେ ପୁଲିସ୍ ଅଧିକାରୀ ଅଣ୍ଟାର ବାମ ପଟେ ପିସ୍ତଲ ରଖିଥା’ନ୍ତି। ଯାଦ୍ବାରା ଡାହାଣ ହାତରୁ ତାକୁ ତତ୍କ୍ଷଣାତ୍ କାଢ଼ିବାରେ ସହଜ ହୋଇଥାଏ। କିନ୍ତୁ, ଶ୍ରୀ ଖାଣ୍ଡେକେଲ୍ ଅଣ୍ଟାର ଡାହାଣ ପାର୍ଶ୍ବରେ ପିସ୍ତଲ୍ ରଖିଥା’ନ୍ତି। ଖାଲି ସେତିକି ନୁହେଁ, ପିସ୍ତଲ୍ର କଭର୍ ମଧ୍ୟ ଅଧା ହୁଗୁଳା। ପିସ୍ତଲ୍ର ଗ୍ରିପ୍ ପେନାଲ୍ (ମୁଠି) କଭର୍ ବାହାରେ ରହୁଛି। ତେଣୁ ଭିଡ଼ ଇଲାକାରେ ଧସ୍ତାଧସ୍ତି ବେଳେ ପିସ୍ତଲ୍ ଖସିବା ଭୟ ବି ରହିଛି।
/sambad/media/post_attachments/wp-content/uploads/2023/02/baragarh-fff.jpg)
ବିଗତଦିନରେ ବରଗଡ଼ ଜିଲ୍ଲାରେ ପୁଲିସ୍ ଉପରେ ଆକ୍ରମଣ ହୋଇଛି। ବିଚ୍ ରାସ୍ତାରେ ଜଣେ ଯୁବକ ଗାନ୍ଧୀଛକରେ ପୁଲିସ୍କୁ ମାଡ଼ ମାରିବା, ଗାଇସିଲାଟ୍ରେ ପୁଲିସ୍କୁ ସଂଘବଦ୍ଧ ଆକ୍ରମଣ, ବରଗଡ଼ରେ ଗୋଷ୍ଠୀ ସଂଘର୍ଷ ବେଳେ ପୁଲିସ୍କୁ ଆକ୍ରମଣ ଭଳି ଘଟଣା ଘଟିଛି। ଏସବୁ ଘଟଣା ବେଳେ ପୁଲିସ୍ ଭିଡ଼ରେ ଫସିଯାଉଛି। ଏଭଳି ସ୍ଥିତିରେ ପୁଲିସ୍ର ଅସ୍ତ୍ରଶସ୍ତ୍ର ଟାଣି ନେବା ଆଶଂକାକୁ ଏଡ଼ାଇ ଦିଆଯାଇନପାରେ।
ତେବେ, ଏହି ଘଟଣା ସଂପର୍କରେ ସମୀକ୍ଷା କରାଯିବ ବୋଲି ଏସ୍ଡିପିଓ ଅମ୍ରିତ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Police-Officers-Pistol_Thumbnail.jpg)