ଟିକା ନେଲେ ୧୦୩ ବର୍ଷୀୟା ମହିଳା

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଡାକ୍ତରଖାନାରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନ ୧୫୦ ଜଣ ବରିଷ୍ଠ ନାଗରିକ ଟିକା ନେଇଥିଲେ। ତେବେ ୧୦୩ ବର୍ଷୀୟା ବୃଦ୍ଧା ବିଷ୍ଣୁପ୍ରିୟା ପଟ୍ଟନାୟକଙ୍କ ଟିକାଦାନ ଉପରେ ସମସ୍ତଙ୍କ ନଜର ରହିଥିଲା। ହସହସ ମୁହଁରେ ଟିକା ନେଇଥିଲେ ବିଷ୍ଣୁପ୍ରିୟା। ଟିକା ଗ୍ରହଣ ପରେ ତାଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇନଥିଲା। ସେ ସ୍ବାଭାବିକ ଭାବେ ଘରକୁ ଫେରିଥିଲେ। ଯିବା ଆଗରୁ ଟିକା ନେବାକୁ କେହି ଭୟ ନକରିବାକୁ ପରାମର୍ଶ ବି ଦେଇଥିଲେ।

ସମ୍ବନ୍ଧିତ ଖବର