ପ୍ରକାଶ ପାଇଲା ଯୁକ୍ତ୩ ମେଧା ତାଲିକା

ବରଗଡ଼: ଯୁକ୍ତ-୩ରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ତେବେ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଶହ ଶହ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ମୁଖ୍ୟ କଲେଜଗୁଡିକରେ ନାମଲେଖାରୁ ବଂଚିତ ରହିଛନ୍ତି। ଜିଲ୍ଲାର ଏକମାତ୍ର ସଂପୂର୍ଣ୍ଣ ସରକାରୀ କଲେଜ ପଂଚାୟତ ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନ ପାଇଁ କଟଅପ ୮୨ ପ୍ରତିଶତ, ହିନ୍ଦୀ ସମ୍ମାନ ପାଇଁ ୮୨, ଇତିହାସ ସମ୍ମାନ ପାଇଁ ୭୬, ଓଡ଼ିଆ ସମ୍ମାନ ପାଇଁ ୭୭, ରାଜନୀତି ବିଜ୍ଞାନ ସମ୍ମାନ ପାଇଁ ୮୨, ମନୋବିଜ୍ଞାନ ସମ୍ମାନ ପାଇଁ ୬୧, ସଂସ୍କୃତ ସମ୍ମାନ ପାଇଁ ୬୮, ଅର୍ଥନୀତି ସମ୍ମାନ ପାଇଁ ୮୧ ଓ ଶିକ୍ଷା ସମ୍ମାନ ପାଇଁ ୭୪ ପ୍ରତିଶତ କଟଅପ ରହିଛି। ସେହିପରି ବିଜ୍ଞାନ ବିଷୟ ଗୁଡିକରେ ପଦାର୍ଥ ବିଜ୍ଞାନ ସମ୍ମାନରେ ୮୩ ପ୍ରତିଶତ, ରସାୟନ ବିଜ୍ଞାନ ସମ୍ମାନରେ ୮୧, ଗଣିତ ସମ୍ମାନରେ ୮୬, ଉଦ୍ଭିଦ ବିଜ୍ଞାନ ସମ୍ମାନରେ ୭୫, ପ୍ରାଣୀବିଜ୍ଞାନ ସମ୍ମାନ ପାଇଁ ୮୧ ପ୍ରତିଶତ କଟ୍‌ଅପ୍‌ ରହିଛି।

ଟ୍ରଷ୍ଟଫଣ୍ଡ ଡିଗ୍ରି ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ୭୦ ପ୍ରତିଶତ, ଇତିହାସ ସମ୍ମାନରେ ୭୦, ଓଡ଼ିଆ ସମ୍ମାନରେ ୭୬, ରାଜନୀତି ବିଜ୍ଞାନ ସମ୍ମାନରେ ୭୫ ଓ ଶିକ୍ଷା ସମ୍ମାନରେ ୬୬ ପ୍ରତିଶତ କଟଅପ ରହିଥିବା ବେଳେ ପଦାର୍ଥ ବିଜ୍ଞାନ ସମ୍ମାନରେ ୬୭ ପ୍ରତିଶତ, ରସାୟନ ବିଜ୍ଞାନ ସମ୍ମାନରେ ୬୪, ଗଣିତ ସମ୍ମାନରେ ୭୩, ଉଦ୍ଭିଦ ବିଜ୍ଞାନ ସମ୍ମାନରେ ୬୯, ପ୍ରାଣୀବିଜ୍ଞାନ ସମ୍ମାନରେ ୭୦ ପ୍ରତିଶତ କଟଅପ ରହିଛି। ବରଗଡ଼ ମହିଳା ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ୮୦ ପ୍ରତିଶତ, ଇତିହାସ ସମ୍ମାନରେ ୭୪, ଗୃହ ବିଜ୍ଞାନ ସମ୍ମାନରେ ୬୦, ଓଡ଼ିଆ ସମ୍ମାନରେ ୮୧, ରାଜନୀତି ବିଜ୍ଞାନ ସମ୍ମାନରେ ୮୨, ମନୋବିଜ୍ଞାନ ସମ୍ମାନରେ ୬୫, ଅର୍ଥନୀତି ସମ୍ମାନରେ ୭୮ ଓ ଶିକ୍ଷା ସମ୍ମାନରେ ୬୬ ପ୍ରତିଶତ କଟଅଫର ରହିଛି। ବିଜ୍ଞାନ ବିଷୟଗୁଡିକ ମଧ୍ୟରେ ପଦାର୍ଥ ବିଜ୍ଞାନ ସମ୍ମାନରେ ୭୧ ପ୍ରତିଶତ, ରସାୟନ ବିଜ୍ଞାନ ସମ୍ମାନରେ ୬୩, ଉଦ୍ଭିଦ ବିଜ୍ଞାନ ସମ୍ମାନରେ ୭୨, ପ୍ରାଣୀ ବିଜ୍ଞାନ ସମ୍ମାନରେ ୭୬ ପ୍ରତିଶତ କଟଅପ ରହିଛି। ସହରର ଏହି ତିନି ପ୍ରମୁଖ କଲେଜକୁ ଛାଡି ଅନ୍ୟ ବ୍ଲକ୍‌ର ପ୍ରମୁଖ କଲେଜଗୁଡିକରେ ମଧ୍ୟ ଏବେ ସିଟ୍‌ ପ୍ରାୟ ଦ୍ୱିତୀୟ ସିଲେକସନ ପରେ ସରିବାକୁ ବସିଲାଣି। ତେବେ ବର୍ତମାନ ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ନିଜର ପସନ୍ଦ କଲେଜରେ ସିଟ୍‌ ପାଇ ନାହାନ୍ତି। ଦ୍ୱିତୀୟ ମେଧା ତାଲିକାର ନାମଲେଖା ସରିବା ପରେ ଖାଲିଥିବା ସିଟଗୁଡିକର ତଥ୍ୟ ସାମ୍‌ସ ୱେବସାଇଟରେ ଉବଲବ୍ଧ ହେବ। ଏହାପରେ ଛାତ୍ରଛାତ୍ରୀମାନେ ସ୍ପଟ୍‌ ଆଡମିଶନର ସୁଯୋଗ ପାଇବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର