ଭୁବନେଶ୍ବର: ଆସନ୍ତା ୨୦ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ୪୦ ଦିନିଆ ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ସମନ ଜାରି କରିବା ପରେ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପକ୍ତି ଜାରି କରାଯାଇଛି। ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ତିନି ଦିନ ଖର୍ଚ୍ଚ ଦାବି ଆଲୋଚନା ପରେ ୨୯ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।
ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ଗୃହ ପୂର୍ବ ଅଧିବେଶନ ଢଙ୍ଗରେ ଚାଲିବ ଏବଂ ଶନିବାର, ରବିବାର ବି ଗୃହରେ ବୈଠକ କରାଯିବ। ନଭେମ୍ବର ୩୦ ତାରିଖ ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର ୨୫ ଏକ୍ସମାସ୍ ଦୁଇଦିନ ଛୁଟି ରହିଛି। ଏହି ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଅଧିବେଶନରେ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଉଲ୍ଲେଖଥାଉକି, ପ୍ରତିବର୍ଷ ବିଧାନସଭା ଅତିକମରେ ୬୦ ଦିନ ବସିବାର ନିୟମ ରହିଛି। ଚଳିତବର୍ଷ ଏଯାଏ ୨୦ଟି ବୈଠକ ହୋଇଥିବା ପରିପ୍ରେକ୍ଷୀରେ ବାକି ୪୦ଟି ବୈଠକ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Assembly.jpg)