ବାର୍‌ହା ଶିକାର କରି ଅଭିଯୁକ୍ତ ଗିରଫ

ଜମନକିରା: ବନ ବିଭାଗ ପକ୍ଷରୁ ଜଣେ ବାର୍‌ହା ଶିକାରୀକୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ, ବାର୍‌ହାର କଟାମୁଣ୍ଡ, ଗୋଡ଼ ଆଦି ଜବତ କରାଯାଇଛି।

ସମ୍ବଲପୁର ଜିଲ୍ଲା ବଡ଼ରମା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଉଷାକୋଠି ସଂରକ୍ଷିତ ଜଙ୍ଗଲ କ୍ୟାମ୍ପ ନଂ ୧୧ ରେ ବାର୍‌ହା ଶିକାର ହୋଇଥିବା ବନ ବିଭାଗ କର୍ମଚାରୀ ଖବର ପାଇଥିଲେ। ସୂଚନା ଆଧାରରେ ଗଡ଼ପାଟି ଗ୍ରାମର ଧର୍ମେନ୍ଦ୍ର ପଟ୍ଟାଙ୍କ ଘରେ ଅତର୍କିତ ଚଢ଼ଉ କରି ବାର୍‌ହାର କଟା ମୁଣ୍ଡ, ୪ ଟି ଗୋଡ଼, ଗୋଟିଏ ଲାଞ୍ଜ, ଦେଶୀ ବନ୍ଧୁକ ସହ ତିଆରି ହୋଇଥିବା ୧୭ ଗୋଟି ଶିଶା, ବନ୍ଧୁକ ପାଉଡର ୨୫ ଗ୍ରାମ, ୨ ଟି ଟାଙ୍ଗିଆ ଜବତ କରାଯାଇଥିଲା।

ବନ୍ୟ ଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏକ ଅପରାଧ ମାମଲା ରୁଜୁ କରି ଅଭିଯୁକ୍ତ ଧର୍ମେନ୍ଦ୍ରଙ୍କୁ ଗିରଫ ପରେ କୁଚିଣ୍ଡା ଏସ୍‌ଡିଜେଏମ୍ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ବଡ଼ରମା ରେଞ୍ଜ ଅଫିସର ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ରଞ୍ଜନ ଜିତ୍, ନୁନଭେଟ୍ ବିଟ୍‌ ଫରେଷ୍ଟ ଗାର୍ଡ ଏ. କେ.କେ.ବି ପଟେଲ ଓ ଆମ୍ୱଲାଙ୍ଗ ବିଟ ଫରେଷ୍ଟ ଗାର୍ଡ କ୍ଷୀରୋଦିନୀ ରଣା ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର