ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ସମ୍ବଲପୁର: ସାଢ଼େ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁଯୁମୁରା ଅଞ୍ଚଳର ସଞ୍ଜୀବ ବାଗକୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବର ୨ ତାରିଖ ଦିନ ଜଣେ ଶିଶୁକନ୍ୟାକୁ କୁର୍‌କୁରେ ଖାଇବାକୁ ଦେବି କହି ସଞ୍ଜୀବ ନିଜଘରକୁ ଡାକି ନେଇଥିଲା। ସେଠାରେ ତାକୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ଶିକାର ହେବା ପରେ ଶିଶୁକନ୍ୟା ଜଣକ ଘରକୁ ଯାଇ କାନ୍ଦିକାନ୍ଦି ତାଙ୍କ ମା’ଙ୍କୁ ଜଣାଇଥିଲେ।

ଶିଶୁକନ୍ୟା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ତାଙ୍କ ବାପା ମା’ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ପରେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଶୁକ୍ରବାର ରାୟ ପ୍ରକାଶ କରିବା ସହ ସଞ୍ଜୀବକୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୯ ମାସ କାରାଦଣ୍ଡଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର