ଦୁଷ୍କର୍ମ ଅଭିଯୋଗରେ ଆସାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା କାନକୁଟୁରୁ ଗ୍ରାମର ଛବିଲାଲ ସାହୁ (୩୧)କୁ ଦୁଷ୍କର୍ମ ଅଭିଯୋଗରେ ପୋକ୍‌ସୋ କୋର୍ଟ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରକାଶ ଯେ କୁଟୁରୁ ଗ୍ରାମର ଛବିଲାଲ ୨୦୧୬ ଏପ୍ରିଲ ୧୭ ତାରିଖରେ ଜଣେ ନାବାଳିକା ଘରକୁ ପଶି ଦୁଷ୍କର୍ମ ଉଦ୍ୟମ କରିବା ସହିତ ମାରପିଟ ଓ ଶାରୀରିକ ନିର୍ଯାତନା ଦେବାର ଅଭିଯୋଗ ବିଶ୍ବନାଥପୁର ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଦୁଷ୍କର୍ମ ଅଭିଯୋଗରେ ଛବିଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଭବାନୀପାଟଣା ପୋକ୍‌ସୋ କୋର୍ଟରେ ସ୍ବତନ୍ତ୍ର ଜଜ୍‌ ସୁବ୍ରତ ପଟ୍ଟନାୟକ ମାମଲାର ଶୁଣାଣି କରି ଅଭିଯୁକ୍ତ ଛବିଲାଲକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ରୋହିତ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର