ସୋର: ଆଜି ବାଲେଶ୍ବର ଜିଲ୍ଲା ଏଡିଜେ କୋର୍ଟ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଦଣ୍ତାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ପ୍ରଣବ ପଣ୍ଡା ମାମଲା ପରିଚାଳନା କରିଥିଲେ।
୨୦୧୩ ମସିହା ଜୁଲାଇ ୧୩ ତାରିଖ ଦିନ ସୋର ଥାନା ମଧୁସୂଦନପୁର ପଞ୍ଚାୟତ ନହରପଦା ଆଦିବାସୀ ସାହିର ଧ୍ରୁବ ସିଂ ସେହି ଗ୍ରାମର ଟୁନି ସିଂ ନାମକ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଇଥିଲେ। ଉଦୟ ସିଂ’ଙ୍କ ସାନଭାଇଙ୍କ ଝିଅ ଘରଲୋକଙ୍କ ଅନିଚ୍ଛା ସତ୍ତ୍ବେ ଗଞ୍ଜ ଗ୍ରାମରେ ପ୍ରେମ ବିବାହ କରିଥିଲେ। ଏହି ଘଟଣା ପରେ ଉଦୟ ସିଂ ଓ ତାଙ୍କ ପରିବାର ଝିଅ ଘର ସହ ସଂପର୍କ ରଖି ନଥିଲେ। ମାତ୍ର ଉଦୟ ସିଂଙ୍କ ପତ୍ନୀ ଟୁନି ସିଂ ସମସ୍ତଙ୍କ ଅଗୋଚରରେ ଝିଆରୀ ଘର ସହ ସଂପର୍କ ରଖିଥିଲେ। ଏ କଥା ଜାଣିପାରି ସଂପର୍କୀୟ ଡାବର ସିଂଙ୍କ ପୁଅ ଧ୍ରୁବ ସିଂ ଅସନ୍ତୋଷ ପ୍ରକାଶ କରିବା ସହ ଟୁନିଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ଧ୍ରୁବ ଏକ ଠେଙ୍ଗାରେ ଟୁନିଙ୍କ ମୁଣ୍ତକୁ ପିଟି ଦେଇଥିଲେ। ଫଳରେ ଟୁନିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ସୋର ପୁଲିସ ଶବ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/13-4.jpg)