‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ କୃତୀ ପ୍ରତିଯୋଗୀ ପୁରସ୍କୃତ

ଭବାନୀପାଟଣା : ‘ଆମ ଓଡ଼ିଶା-ସମ୍ବାଦ’ ପକ୍ଷରୁ ଆୟୋଜିତ କୁଇଜ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

କୁଇଜ ପ୍ରତିଯୋଗିତାରେ ରିଷିଡ଼ା ସରକାରୀ ହାଇସ୍କୁଲର ଅଞ୍ଜଳି ଭୋଇ ପ୍ରଥମ, ଭବାନୀପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅଭିଷିକ୍ତା ପ୍ରିୟଦର୍ଶିନୀ ଦ୍ବିତୀୟ ଓ ରିଞ୍ଜା ପଞ୍ଚାୟତ ହାଇସ୍କୁଲର ଜ୍ୟୋତିପ୍ରକାଶ ମାଝୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ପରେ ରାଜ୍ୟସ୍ତରୀୟ ଅନ୍‌ଲାଇନ୍‌ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ଲାଞ୍ଜିଗଡ଼ ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲର କେତୁରାମ ମାଝୀ ପ୍ରଥମ, କେସିଙ୍ଗା ସରସ୍ବତୀ ଶିଶୁମନ୍ଦିରର ଗାୟତ୍ରୀ ଦାସ ଦ୍ବିତୀୟ ଓ ନିଶିତ ପୋଢ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଭବାନୀପାଟଣା ନେହରୁ ସେବାକେନ୍ଦ୍ରର ଶିବା ସାହୁ ପ୍ରଥମ, ଥୁଆମୂଳ ରାମପୁର କୁମୁଡ଼ାବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ସୌମ୍ୟାରାଣୀ ମହାଖୁଡ଼ ଦ୍ବିତୀୟ ଓ ଭବାନୀପାଟଣା ବିମଳା କନ୍‌ଭେଣ୍ଟ ସ୍କୁଲର ‌ଅନ୍ବେଷା ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ପ୍ରସାରଣ ବିଭାଗର ସୌରଭ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର