ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ଜଙ୍ଗଲ ଛାଡ଼ି ଗାଁରେ ରହୁଛନ୍ତି ଭାଲୁ। ସପ୍ତାହେ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ଅନ୍ତର୍ଗତ ଚରାମୂଳା ଗାଁ ଆଖାପାଖରେ ବୁଲୁଛନ୍ତି। ଅଧିକାଂଶ ସମୟ ଗାଁର ସୋଲାର୍ ପାୱାର୍ ପ୍ଲାଣ୍ଟରେ ବିତାଉଛନ୍ତି। ଯଦିଓ ଏପର୍ଯ୍ୟନ୍ତ କାହାର କିଛି କ୍ଷତି କରିନାହାନ୍ତି ତଥାପି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ବର୍ଷକ ତଳେ ଏହି ସୋଲାର ପାୱାର ପ୍ଲାଣ୍ଟରେ ମାଈ ଭାଲୁ ପ୍ରସବ କରିଥିଲା। କିଛି ଦିନ ଧରି ପ୍ଲାଣ୍ଟରେ ରହିବାରୁ ଅଘଟଣ ଆଶଙ୍କା କରି ବନ ବିଭାଗ କର୍ମଚାରୀ ପହରା ଦେଇଥିଲେ। ଛୁଆ ସାମାନ୍ୟ ବଡ଼ ହେବାରୁ ଜଙ୍ଗଲକୁ ଚାଲି ଯାଇଥିଲେ। ବର୍ତ୍ତମାନ ସେହି ଭାଲୁ ପୁଣି ସୋଲାର ପ୍ଲାଣ୍ଟ ନିକଟକୁ ଚାଲି ଆସିଛନ୍ତି। ପ୍ଲାଣ୍ଟ ନିକଟରେ ରହିଥିବା ନିମ୍ବ ଗଛରୁ ଫଳ ଝଡ଼ିଲେ ତାହାକୁ ଖାଉଛନ୍ତି। ଯାହାଫଳରେ ନିଶାସକ୍ତ ହୋଇ ଗଛ ତଳେ ହିଁ ଶୋଇ ପଡ଼ୁଛନ୍ତି। ନିଦରୁ ଉଠିଲେ ପୁଣି ଫଳ ଖାଉଛନ୍ତି। ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାରୁ ଗାଁ ଛାଡ଼ି ଯିବାର କୌଣସି ସଂକେତ ମିଳୁନି। ଜଙ୍ଗଲରେ ନିଆଁ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖାଦ୍ୟ ସହ ଜଳ ସଂକଟ ସୃଷ୍ଟି ହୋଇଛି। ଏହାସହ ଦ୍ରୁତଗତିରେ ଜଙ୍ଗଲ ମଧ୍ୟ କମିବାରେ ଲାଗିଛି। ଯାହାଫଳରେ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hsfhfhsfhsfhsf.jpg)