ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ୩ଟି ଗ୍ରାମରେ ବାଲ୍ୟ ବିବାହକୁ ଅଟକାଯାଇଛି। ମାଣ୍ଡୋସିଲ ପଞ୍ଚାୟତର ଗୋଡ଼ଧୂଆପଦର, ଦାବ୍ରି ପଞ୍ଚାୟତ ଭୈରାଜପୁର ଓ ଖୁଦପେଜ ପଞ୍ଚାୟତ କିକିରିବେଡା ଗ୍ରାମରେ ବାଲ୍ୟବିବାହ ହେଉଥିବା ଖବର ପାଇ ନୂଆପଡ଼ା ଚାଇଲଡ୍ ଲାଇନ ଓ ଖଡ଼ିଆଳ ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଖଡିଆଳ ପୁଲିସ ବିବାହକୁ ଅଟକାଇଥିଲେ। ଖଡ଼ିଆଳ ସିଡିପିଓ ମନକୁମାରୀ ଲମ୍ବୋ, ଖୁଦପେଜ ଓ କୁଶମାଲ ସେକ୍ଟର ଏଲଏସ୍ ତୁଲସୀଲତା ରାଉତ, ଚାଇଲଡ୍ ଲାଇନ ନୂଆପଡା ସବିତା ସୁନାନୀ, ଖଡିଆଳ ପୁଲିସର ମିଲା ବାଗ, ଭୈରାଜପୁର ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନା ହେର୍ଣ୍ଣା, କିକିରାବେଡ଼ା ଅଙ୍ଗନୱାଡ଼ି କର୍ମୀ ଉମାମଣୀ ମାଝୀ, ଜୟନ୍ତୀ ଶବର ଉପସ୍ଥିତ ଥିଲେ।
ଖଡ଼ିଆଳରେ ୩ଟି ବାଲ୍ୟବିହାହ ଅଟକାଇଲା ପ୍ରଶାସନ
/sambad/media/post_attachments/wp-content/uploads/2022/02/s65f4h65h4fsh564fhs65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)