ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ଜଂଘିରା ମହାପାଟ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତଚନ୍ଦ୍ର ମହାପାତ୍ର (୫୮) ଙ୍କ ବୁଧବାର ରାତି ସାଢ଼େ ୧୧ ଟାରେ ହୃଦ୍ଘାତରେ କେନ୍ଦୁଝର ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ବୁଧବାର ଶ୍ରୀ ମହାପାତ୍ର କଲେଜ ଯାଇଥିଲେ। ଅସୁସ୍ଥ ଅନୁଭବ କରିବାରୁ ସେ ଜଂଘିରା ପଞ୍ଚାୟତ କଣ୍ଟାପଦା ଗ୍ରାମକୁ ଯାଇଥିଲେ। ଅପରାହ୍ଣରେ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା।
ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ସମେତ ପରିବାର ଲୋକ ଉପସ୍ଥିତ ଥିଲେ। ଶ୍ରୀ ମହାପାତ୍ରଙ୍କ ଘର ହରିଚନ୍ଦନପୁର ବ୍ଲକ୍ ଜାମୁଯୋଡ଼ି ଗ୍ରାମରେ। ଖବର ପାଇ ଜଂଘିରା କଲେଜର ଅଧ୍ୟାପକ ଠାକୁର ଦାସ ମହାନ୍ତ, ଜଗନ୍ନାଥ ଜେନା, ଡ. ଲୋକନାଥ ସାହୁ, ରବିନନ୍ଦନ ରାଉତ, ରମେଶ ଚନ୍ଦ୍ର ବେଜ, ରତ୍ନାକର ସେଠୀ, ଶରତ ଚନ୍ଦ୍ର ବେହେରା, ରଣଜିତ ପରିଡ଼ା, ଗୌତମକୁମାର ସେଠୀ, ଯୁକ୍ତ ତିନି ମହାପାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ନାୟକ, ଅଧ୍ୟାପକ ଅଖିଳ କୁମାର ସିଂହ, ମୀନାକ୍ଷୀ ପ୍ରଧାନଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଏହି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ସ୍ବର୍ଗତ ମହାପାତ୍ର ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ଏମଫିଲ କରବା ପରେ ୧୯୯୦ ମସିହାରୁ ଏହି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ବିୟୋଗରେ ଜଂଘିରା କଲେଜର ସମସ୍ତ ଅଧ୍ୟାପକଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଏବଂ ହରିଚନ୍ଦନପୁର ଓ ଜଂଘିରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ଏବଂ ପୁତୁରା ସଲୀଳ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-11.jpg)