ସଂକ୍ଷେପରେ କୃଷି ବଜେଟ୍‌

କୃଷକ, ଏମ୍‌ଏସ୍‌ଏମ୍‌ଇ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ଋଣ ବ୍ୟବସ୍ଥା
୨୦୨୦ କୃଷି ନୀତି ସମୃଦ୍ଧି ଆଧାରରେ ଚାଷୀଙ୍କ ଆୟ ବୃଦ୍ଧି ସରକାରଙ୍କ ଲକ୍ଷ୍ୟ
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମୋଟ ୧୭,୪୬୮ କୋଟିର ବ୍ୟୟ ଅଟକଳ
‘କାଳିଆ’ ଯୋଜନା ପାଇଁ ୧ ହଜାର ୮୦୦ କୋଟି
ଜୈବିକ କୃଷି ବିକାଶ ଯୋଜନାରେ ୩୫ କୋଟି
ଚାଷୀମାନଙ୍କୁ ଆଗୁଆ ବିହନ ଯୋଗାଣ ପାଇଁ ୧୦୦ କୋଟି
ବିବର୍ତ୍ତନ ପାଣ୍ଠି ବାବଦରେ ୧୦୦ କୋଟି
ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ
କୃଷି ଗବେଷଣା ଓ ଭିତ୍ତିଭୂମି ବାବଦରେ ୧୪୮ କୋଟି
ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି
ଜାତୀୟ ଉଦ୍ୟାନ କୃଷି ମିସନ ପାଇଁ ୧୨୦ କୋଟି
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି
କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପ ସେଟ୍‌ ବାବଦରେ ୪୫୪ କୋଟି ବରାଦ
ଏଫପିଓ ପାଇଁ ୬୦ କୋଟି ପ୍ରସ୍ତାବ
୨ ଲକ୍ଷ ୭୪ ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ
୨୩ଟି ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ନିର୍ମାଣ ପାଇଁ ୭୯୫ କୋଟି
କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଓ ନବରଙ୍ଗପୁର ଜିଲ୍ଲାର ତୁରୀ-ଗୁଣ୍ଟାତ୍‌ରେ ୨ଟି ନୂତନ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ
ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ପାଇଁ ୨ ହଜାର ୨୫୮ କୋଟି ବରାଦ
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୪୫୪ କୋଟି
ବନ୍ୟା ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ହେବ ୭୧୦ କୋଟି
ପାର୍ବତୀଗିରି ବୃହତ ଉଠା ଜଳସେଚନ ବାବଦରେ ୮୬୦ କୋଟି
ଜଳନିଧି ଯୋଜନା ବାବଦରେ ୧୮୦ କୋଟି
ଗଭୀର ନଳକୂପ ଖନନ ବାବଦରେ ୩୮୯ କୋଟି
୧୫୦୦ ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ ବାବଦରେ ଖର୍ଚ୍ଚ ହେବ ୪୦୦ କୋଟି
ସେଚାଞ୍ଚଳ ଉନ୍ନୟନ ଓ ଜଳ ପ୍ରବନ୍ଧନ ଯୋଜନା ବାବଦରେ ୮୧ କୋଟି ବରାଦ
କେନାଲ ଜଳ ସେଚନ ସିଏଲ୍‌ଏସ୍‌ଆର୍‌ପି ବାବଦରେ ୧୦୧ କୋଟି
ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ବାବଦରେ ୭୭ କୋଟି
ବିଶ୍ବବ୍ୟାଙ୍କ ସହାୟତରା ୫୩୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ ଓ ପୁନଃରୁଦ୍ଧାର ଲକ୍ଷ୍ୟ
ଓଆଇଆଇସିଆର୍‌ଏ ଯୋଜନାରେ ଖର୍ଚ୍ଚ ହେବ ୨୦୦ କୋଟି
ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନୂଆ ଯୋଜନା
୧ ହଜାର ଅଚଳ ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ପାଇଁ ୧୬୦ କୋଟି
କାଳିଆ ଯୋଜନା ଅଧୀନରେ ଚାଷୀମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧରେ ଋଣ ଉପଲବ୍ଧ କରାଯିବ
ଏଥିପାଇଁ ସୁଧ ଛାଡ଼ ଓ ସୁଧ ରିହାତି ବାବଦରେ ଖର୍ଚ୍ଚ ହେବ ୮୧୯ କୋଟି
୨୦୨୦-୨୧ ଆର୍ଥିକ ବର୍ଷରେ ସମବାୟ କୃଷି ଋଣ ପରିମାଣ ୧୬ ହଜାର କୋଟି
ସମବାୟ ବ୍ୟାଙ୍କମାନଙ୍କୁ ଆର୍ଥିକ ସହାୟତା ବାବଦରେ ୨୪ କୋଟି
ପ୍ରାଥମିକ କୃଷି ସମବାୟ ସମିତିମାନଙ୍କୁ ପୁଞ୍ଜିଅଂଶ ନିବେଶ ବାବଦରେ ୫୦ କୋଟି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ୫୦୦ କୋଟି ବ୍ୟୟ ବରାଦ
ଡାଲି ଓ ତୈଳ ଜାତୀୟ ଶସ୍ୟ ସଂଗ୍ରହ ପାଇଁ ଇ-ସମୃଦ୍ଧି ପୋର୍ଟାଲ ଜରିଆରେ ଚାଷୀମାନଙ୍କ ପଞ୍ଜୀକରଣ
ଓଡ଼ିଶା ମିଲେଟ୍‌ ମିସନ ବାବଦରେ ୧୦୬ କୋଟି
ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧,୪୧୫ କୋଟି ଟଙ୍କା ବ୍ୟୟବରାଦ
ଯାହାକି ଗତବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ
ଖାରଜଳ ମାଛ ଚାଷ ଓ ସାମୁଦ୍ରିକ ମାଛ ଚାଷ ପାଇଁ ୧୩୭ କୋଟି
ମଧୁର ଜଳ ମାଛ ଚାଷ ନିମିତ୍ତ ୭୦ କୋଟି ବ୍ୟୟ ବରାଦ
ମତ୍ସ୍ୟ ଚାଷୀମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ବାବଦରେ ୫ କୋଟି
ଆଗୁଆ ଜାଆଁଳ ପ୍ରଜନନ ଓ ମତ୍ସ୍ୟ ବଜାର ନିର୍ମାଣ ପାଇଁ ୧୦୦ କୋଟି
ଏସ୍‌ଏଚ୍‌ଜି ଗୋଷ୍ଠୀମାନଙ୍କୁ ମାଛ ଚାଷ ପାଇଁ ଇନ୍‌ପୁଟ ସହାୟତା ବାବଦରେ ୧୯ କୋଟି
ମତ୍ସ୍ୟଚାଷ ପାଇଁ ନୀଳ ବିପ୍ଲବ ଯୋଜନା ଅଧୀନରେ ଖର୍ଚ୍ଚ ହେବ ୧୬୧ କୋଟି
ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ଅନ୍ତର୍ଗତ ଗୋପାଳନ ଉନ୍ନୟନ ଓ ପଶୁଧନ ପରିଚାଳନା ପାଇଁ ୧୦୨ କୋଟି
ଓମ୍‌ଫେଡ୍‌ ମାଧ୍ୟମରେ ୫ ଲକ୍ଷ ଏଲ୍‌ପିଡି ବିଶିଷ୍ଟ ଡାଇରି ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ
ଆରଆଇଡିଏଫ୍‌ ସହାୟତା ବାବଦରେ ୩୪ କୋଟି ବ୍ୟୟ ବରାଦ
ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ର ପାଇଁ ୨୧ କୋଟି
ପ୍ରାଣୀଧନ ସ୍ବାସ୍ଥ୍ୟସେବା ଉନ୍ନୟନ ବାବଦରେ ୧୦୦ କୋଟି
ନୂତନ ବ୍ରଏଲର୍‌ ଫାର୍ମ୍‌, ବତକ ଫାର୍ମ ଓ କୁକୁଡ଼ା ପାଳନ ପାଇଁ ୫୧ କୋଟି
ସହରାଞ୍ଚଳରେ ଆଘାତପ୍ରାପ୍ତ ପଶୁମାନଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ୧୫ କୋଟି
ପଶୁ ଚିକିତ୍ସା ଗବେଷଣା ପାଇଁ ୩୦ କୋଟି
କୃଷି କାର୍ଯ୍ୟକ୍ରମ ପାଇଁ ମହାତ୍ମା ଗାନ୍ଧୀ ନରେଗା ପାଣ୍ଠିରୁ ୧,୯୬୬ କୋଟି ଖର୍ଚ୍ଚ ହେବ
ଓମ୍‌ବାଡ଼ସି ଓ ଡିଏମ୍‌ଏଫ୍‌ ପାଣ୍ଠିରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ବିକାଶ ପାଇଁ ବିନିଯୋଗ ହେବ ୨୦,୦୦୦ କୋଟି

ସମ୍ବନ୍ଧିତ ଖବର