କୋଣାର୍କ : ଆଜି ୭ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

Advertisment

ସୂଚନା ଅନୁସାରେ, ମାଲେସିଆ, ମିଆଁମାର୍, ଥାଇଲାଣ୍ଡ, ଭିଏତ୍‌ନାମ, ବୋର୍ନିଓ, ଇଣ୍ଡୋନେସିଆ, ଲାଓପିଡିଆର ରାଷ୍ଟ୍ରଦୂତମାନେ କୋଣାର୍କରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡସେନ୍‌ କେନ୍ଦ୍ର ବୁଲିବାକୁ ଯାଇଥିଲେ। କୋଣାର୍କରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ କରିଥିଲେ। ବାଖ୍ୟାନ କେନ୍ଦ୍ର ବୁଲି ସାରିବା ପରେ ସମସ୍ତ ରାଷ୍ଟ୍ରଦୂତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ମନ୍ଦିରରେ କାରୁକାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ। ରାଷ୍ଟ୍ରଦୂତମାନଙ୍କ କୋଣାର୍କ ପରିଦର୍ଶନ ସମୟରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।