ଶ୍ରୀମନ୍ଦିରର ବାର୍ଷିକ ବିଦ୍ୟୁତ ବିଲ ୪୮ଲକ୍ଷରୁ ଅଧିକ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ମନ୍ଦିରର ବାର୍ଷିକ ବିଦ୍ୟୁତ ବିଲ୍‌ ୪୮,୧୬,୬୬୮ ଟଙ୍କା। ୨୦ବର୍ଷ ‌ତଳେ ବା ୨୦୦୨/୦୩ ବର୍ଷରେ ଏହା ୨୯,୬୦,୦୯୨ ଟଙ୍କା ରହିଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଶ୍ରୀମନ୍ଦିରର ୪ଲକ୍ଷ, ନୀଳାଦ୍ରି ଭକ୍ତ ନିବାସ ୩.୧୬ଲକ୍ଷ, ଗୁଣ୍ଡିଚା ଭକ୍ତ ନିବାସ ୨.୨୫ଲକ୍ଷ, ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ୧.୩୫ଲକ୍ଷ, ବୃନ୍ଦାବତୀ ଭକ୍ତ ନିବାସ ୧.୦୪ଲକ୍ଷ, ପୁରଷୋତ୍ତମ ଭକ୍ତ ନିବାସ ୬୫,୭୫୨, ଗୁଣ୍ଡିଚା ମନ୍ଦିର ୨୧,୩୪୨, ନରେନ୍ଦ୍ର ପୁଷ୍କରିଣୀ ୪୦,୯୮୧, ସଦର କାର୍ଯ୍ୟାଳୟ ୮୩,୧୨୩, ସିଂହଦ୍ବାର ସୂଚନା କେନ୍ଦ୍ର ୪୦୨୦, ଶ୍ରୀମନ୍ଦିର ସୂଚନା କେନ୍ଦ୍ର ୩୯୨ ଓ ଶ୍ରୀମନ୍ଦିର ସିଟି କାର୍ଯ୍ୟାଳୟ ୧୩୫ ଟଙ୍କା ରହିଛି।

ସମ୍ବନ୍ଧିତ ଖବର