ରାଜ୍ୟର ୫୭ ଷ୍ଟେସନର ରୂପ ବଦଳିବ

ଭୁବନେଶ୍ୱର: ଅମୃତ ଭାରତ ଷ୍ଟେସନ ଯୋଜନାର ଓଡ଼ିଶାର ୩୪ଟି ଷ୍ଟେସନକୁ ଆଧୁନିକୀକରଣ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ‌ବୈଷ୍ଣବ ପୂର୍ବରୁ ଘୋଷଣା କରିଥିଲେ। ମାତ୍ର ‌ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏବେ ରାଜ୍ୟର ୫୭ଟି ଷ୍ଟେସନକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ଅନୁଗୁଳ, ବାଦାମପାହାଡ, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍‌, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ, ବେତନଟୀ, ଭଦ୍ରକ, ଭାବନୀପାଟଣା, ଭୁବନେଶ୍ବର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦମନଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ, ଜଳେଶ୍ୱର, ଜରୋଲି, ଜୟପୁର ରହିଛି। ସେହିପରି ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝରଗଡ, କେଶିଙ୍ଗା, ଖଡ଼ିଆଳ ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡା, ନୂଆ ଭୁବନେଶ୍ବର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ ଓ ଟିଟିଲାଗଡ ଷ୍ଟେସନ ତାଲିକାରେ ସ୍ଥାନ ପାଇଛି।

କେବିକେର ୧୩ ଷ୍ଟେସନର ପୁନଃବିକାଶ
କେବିକେ ଜିଲ୍ଲାର ୧୩ ଷ୍ଟେସନ ପୁନଃ ବିକାଶ ପାଇଁ ଚିହ୍ନଟ କରାଯାଇଛି। ଯେଉଁଥିରେ ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ, କେଶିଙ୍ଗା, ଭାବନୀପାଟଣା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦାମନଯୋଡି, ଖରିଆର ରୋଡ ରହିଛି। ସେହିପରି ଆକାଂକ୍ଷା ଜିଲ୍ଲାର ୧୬ଟି ଷ୍ଟେସନର ମଧ୍ୟ ବିକାଶ କରାଯିବ। ଉକ୍ତ ତାଲିକାରେ ଢେଙ୍କାନାଳ, ମେରାମଣ୍ଡଳୀ, ପାରଳାଖେମୁଣ୍ଡି, କେଶିଙ୍ଗା, ଭବାନୀପାଟଣା, କୋରାପୁଟ, ଜୟପୁର, ଦାମନଯୋଡି, ରାୟଗଡା, ମୁନିଗୁଡା, ଗୁଣୁପୁର, ଖରିଆର ରୋଡ, ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ ସାମିଲ ହୋଇଛି।

୬୨ ପ୍ରକଳ୍ପ ସର୍ଭେ ଚାଲିଛି
ଓଡ଼ିଶାର ୬୨ଟି ରେଳ ପ୍ରକଳ୍ପ ଲାଗି ୨୭୬୮ କିମି ରେଳ ପ୍ରକଳ୍ପର ସର୍ଭେ ଜାରି ‌ରହିଛି। ଯେଉଁଥିରେ ପାରାଦୀପ-ବଡ଼ବନ୍ଧ, ଯଖପୁର-ହରିଦାସପୁର, ବନ୍ଧମୁଣ୍ଡା-ବିମଳାଗଡ଼, ହରିଶଙ୍କର ରୋଡ-କଣ୍ଟାବାଞ୍ଜି ୩ୟ ଓ ୪ର୍ଥ ଲାଇନ୍‌, ନୀଳଗିରିରୁ ଟାଟା ଭାୟା କପ୍ତିପଦା, ଉଦଳା, ଖୁଣ୍ଟା ଓ ବାରିପଦା, ବାଦାମପାହାଡ଼-କେନ୍ଦୁଝର, ତାଳଚେର-ଗୋପାଳପୁର, ବଲାଙ୍ଗୀର-ନୂଆପଡ଼ା ଭାୟା ପାଟଣାଗଡ଼, ଯଖପୁର-ନୟାଗଡ଼ ୩ୟ ଓ ୪ର୍ଥ ରେଳ ଲାଇନ୍‌, ପୁରୀ-କୋଣାର୍କ, ରାଉରକେଲା-ବାମରା ୪ର୍ଥ ଲାଇନ୍‌ ଆଦି ରହିଛି।

ଟେକ୍ନୋ-ଇକୋନୋମିକ୍‌ ଅଧ୍ୟୟନ ଆରମ୍ଭ
ଓଡ଼ିଶାର ୧୦ଟି ଷ୍ଟେସନରେ ଟେକ୍ନୋ-ଇକୋନୋମିକ୍‌ ଅଧ୍ୟୟନ ଆରମ୍ଭ ହୋଇଛି। ସେଗୁଡ଼ିକ ହେଲା ନୂଆ ଭୁବନେଶ୍ବର, ରାୟଗଡା, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର, ଯାଜପୁର-କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ, ବାଲେଶ୍ୱର, ଝାରସୁଗୁଡା, ରାଉରକେଲା ଷ୍ଟେସନ।

୨୭ଟି ଷ୍ଟେସନ କାର୍ଯ୍ୟ ଜାରି
ଉନ୍ନତୀକରଣ ହେଉଥିବା ୧୭ଟି ଷ୍ଟେସନ ମଧ୍ୟରେ ଢେଙ୍କାନାଳ, ତାଳଚେର ରୋଡ, ପାରାଦୀପ, ମଞ୍ଚେଶ୍ୱର, କେନ୍ଦୁଝରଗଡ, କୋରାପୁଟ, ଜୟପୁର, ତାଳଚେର, ଟିଟଲାଗଡ, ବଲାଙ୍ଗୀର, କେଶିଙ୍ଗା, କଣ୍ଟାବାଞ୍ଜି, ସମ୍ବଲପୁର ସିଟି, ଭାବନୀପାଟଣା, ଝାରସୁଗୁଡା ରୋଡ, ରେଢାଖୋଲ, ପାରଳାଖେମୁଣ୍ଡି, ବାରିପଦା, ଜଳେଶ୍ୱର, ରାଇରଙ୍ଗପୁର, ବ୍ରଜରାଜନଗର, ବଡ଼ବିଲ, ଅନୁଗୁଳ, ବାଲୁଗାଁ ରହିଛି।

ସମ୍ବନ୍ଧିତ ଖବର