ସମ୍ବଲପୁର : ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ପାଇଁ କଲାକାରଙ୍କ ସମାବେଶ ଆରମ୍ଭ ହୋଇଛି। ଲୋକ ମହୋତ୍ସବରେ ଭାଗ ନେବାକୁ ଲୋକ କଳାକାରମାନେ ଆସି ପହଞ୍ଚିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଲାକାରମାନେ ପହଞ୍ଚିବା ପରେ ରହଣି ଉପସମିତି ଓ ଟିମ ଉପସମିତି ପକ୍ଷରୁ ସ୍ବାଗତ କରାଯାଇଛି। ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳିତ କାଇଁଶିରସ୍ଥିତ ଛାତ୍ରାବାସରେ କଳାକାରମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଲୋକ ମହୋତ୍ସବର ସଂଯୋଜକ ରଂଜନ ସାହୁ ମା’ ସମଲେଇଙ୍କ ପୂଜା କରିବା ପରେ କଳାକାରମାନଙ୍କ ରହଣି ପାଇଁ ଉଦ୍ଧିଷ୍ଟ ହଷ୍ଟେଲ୍ ଖୋଲା ହୋଇଥିଲା।
ଗୁରୁବାର ସର୍ବପ୍ରଥମେ ଗୁରୁ ଗଂଗାଧର ଦାସଙ୍କ ଲୋକ ଶାସ୍ତ୍ର କଳା ପରିଷଦର କଲାକାର ପହଞ୍ଚିଥିଲେ। ରାଜ୍ୟସ୍ତରୀୟ ଲୋକ କଳାକାରମାନେ ପ୍ରଥମ ଦିନ ପହଞ୍ଚିବା ଯୋଜନା ରହିଥିବାବେଳେ ୧୩ ତାରିଖ ସକାଳୁ ଜାତୀୟସ୍ତରର କଳାକାରଙ୍କ ଆଗମନ ଆରମ୍ଭ ହେବ। ରହଣି ଉପସମିତି ପକ୍ଷରୁ ଆବାହକ ଅମିତ ପତି, ସୁନିଲ ତ୍ରିପାଠୀ, ଆଲୋକ ପଣ୍ଡା, ପ୍ରଦୀପ୍ତ ପଟେଲ ଏବଂ ଟିମ୍ର ସଦସ୍ୟମାନେ ଉପସ୍ଥିତ ରହି କଳାକାରଙ୍କୁ ସ୍ବାଗତ କରିଥିଲେ।