କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗ୍ରାମରେ ଗତ ରବିବାର ରାତିରେ ଜଣେ କଳାକାରଙ୍କ ମୃତ୍ୟୁ ଯୋଗୁ ଅଧାରୁ ଅପେରା ବନ୍ଦ ହୋଇଯାଇଛି।
ଗ୍ରାମରେ ମା ତାରିଣୀଙ୍କ ବାର୍ଷିକ ଯଜ୍ଞ ଉପଲକ୍ଷେ ଯାତ୍ରା ଦରବାର ପକ୍ଷରୁ ଅପେରା ପରିବେଷଣ ହେଉଥିଲା। ରାତି ପ୍ରାୟ ୯ଟା ବେଳେ ଯାତ୍ରାପାର୍ଟିର ପାର୍ଶ୍ବ ନାୟକ ବାଲେଶ୍ବର ଜିଲ୍ଲା ନୀଳଗିରି ଘୋଡ଼ାଡିଆଁ ଗ୍ରାମର ଜୟନ୍ତ କୁମାର ମହାପାତ୍ର (୩୮) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ନିକଟସ୍ଥ ଏକ ମେଡିକାଲରୁ ଔଷଧ ଖାଇ ସାମାନ୍ୟ ସୁସ୍ଥ ହୋଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଜଣାପଡ଼ିବା ପରେ ପ୍ରଥମ ରାତିର ନାଟକକୁ ଅଧାରୁ ବନ୍ଦ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jatra-jjj.jpg)