ବୁଗୁଡ଼ା : ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧି ରଥ ୨୦୧୭ ମସିହା ଗାନ୍ଧୀ ଜୟନ୍ତୀ ଅବସର‌ରେ ବୁଗୁଡ଼ା ବସଷ୍ଟାଣ୍ଡ୍‌ରେ ସ୍ବଚ୍ଛତାର ବାର୍ତ୍ତା ଦେବାକୁ ବର୍ଜ୍ୟବସ୍ତୁକୁ ନେଇ ମହାତ୍ମାଗାନ୍ଧୀଙ୍କ ଏକ ପ୍ରତିକୃତି ପ୍ରସ୍ତୁତ କରିଥିଲେ। କିନ୍ତୁ ଜଣେ ବ୍ୟକ୍ତି ଏହାକୁ ରାଷ୍ଟ୍ରୀୟ ଅସମ୍ମାନ ଦର୍ଶାଇ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। ଗୁରୁବାର ଦିନ ବୁଗୁଡ଼ା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏହି ମାମଲାର ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଶ୍ରୀ ରଥଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଶ୍ରୀ ରଥଙ୍କ ପକ୍ଷରୁ ଓକିଲ ଭକ୍ତରାମ ଦାଶ ଏବଂ ସରକାରଙ୍କ ପକ୍ଷରୁ ଓକିଲ ରତନ କୁମାର ସିଂ ଓ ରବୀନ୍ଦ୍ର କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Advertisment

ପ୍ରକାଶ ଥାଉକି, ଶ୍ରୀ ରଥ ଗଞ୍ଜାମର ଲୋକସଂସ୍କୃତିକୁ ନିଜର ଚିତ୍ର ମାଧ୍ୟମରେ ପରିପ୍ରକାଶ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।