ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି। ଆଜି କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଦେଖିବା ସହ ସ୍ଥିତି ପରଖିଛନ୍ତି। ଏ ଦିଗରେ ଖୁବଶୀଘ୍ର ସରକାରଙ୍କ ସହ ଆଲୋଚନା ହେବ ବୋଲି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କମିଟିରେ ଥିବା ବିଧାୟକମାନେ ଏଥିରେ ଉପସ୍ଥିତ ଥିଲେ। କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି, ଆଜିର ପ୍ରମୁଖ ଆଲୋଚନାର ବିଷୟ ଥିଲା ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା। ଭକ୍ତ କିଭଳି ଶ୍ରୀମନ୍ଦିରକୁ ସୁବିଧାରେ ଆସି ସୁବିଧାରେ ଫେରି ପାରିବେ, ସେ ବ୍ୟବସ୍ଥା କରିବା ଉପରେ ଆମେ ଗୁରୁତ୍ବ ଦେଇଛୁ। ଆଜି ଦର୍ଶନ ବ୍ୟବସ୍ଥା ଆମେ ପ୍ରତ୍ୟକ୍ଷ ଦେଖିଥିଲୁ। ଯାହା ବ୍ୟବସ୍ଥା ଦେଖିଲୁ, ତାହା ସନ୍ତୋଷଜନକ ରହିଛି। ବାକି ଯେଉଁଠି ଯାହା ଆବଶ୍ୟକ ସେ ଉପରେ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଶ୍ରୀ ମହାପାତ୍ର କହିଛନ୍ତି, ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପ୍ରକ୍ରିୟା ଜାରିରହିଛି। ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନୂଆ ବାଟାଲିୟନ୍ ଗଠନ ପ୍ରସ୍ତାବ ଯାଇଛି। ଏ ଦିଗରେ ବି ବିଚାର ଚାଲିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଉପରେ ବି ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଛି। ଚନ୍ଦ୍ରଭାଗାରେ ମେରାଇନ୍ ପୁଲିସ ସହ ସୁରକ୍ଷା ସଂପର୍କରେ ଆଲୋଚନା ହୋଇଥିଲା। ସୁରକ୍ଷା ଦିଗରେ ମେରାଇନ୍ ପୁଲିସର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଏହି ଅଭାବ ଦୂର ପାଇଁ ଆମେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/uIarwghF6xv1AUzD4M38.jpg)