ଭୁବନେଶ୍ବର : ଚାଷୀଙ୍କ ଆୟକୁ ନେଇ ନାବାର୍ଡ ଆର୍ଥିକ ଅନ୍ତଭୁର୍କ୍ତ ସର୍ଭେ(ଏନ୍ଏଏଫ୍ଆଇଏସ୍) କରିଥିବା ଆକଳନ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା(ଏନ୍ଏସ୍ଏସ୍ଓ)ର ଭିନ୍ନତା ଦୃଷ୍ଟିରୁ ଏହା ତୁଳନୀୟ ନୁହେଁ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ୨୦୨୫/୧୬ ମସିହାରେ ଏନ୍ଏଏଫ୍ଆଇଏସ୍ ସଂସ୍ଥା ଦ୍ବାରା କୃଷକ ପରିବାରର ମାସିକ ଆୟ ଆକଳନ କରାଯାଇଥିଲା। ଏହି ଆକଳନ ଅନୁଯାୟୀ ୨୦୧୫/୧୬ରେ ରାଜ୍ୟର କୃଷକ ପରିବାରର ଆୟ ୭,୭୩୧ ଟଙ୍କା ରହିଥିଲା। ମାତ୍ର ଏନ୍ଏସ୍ଏସ୍ଓ ୨୦୦୨/୦୩ କୃଷକଙ୍କ ଆୟ ୧୦୬୨ ଟଙ୍କା, ୨୦୧୨/୧୩ରେ ୪୯୭୬ଟଙ୍କା ଓ ୨୦୧୮/୧୯ରେ ୫୧୧୨ ଟଙ୍କା ଆକଳନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଗତିଶୀଳ ନୀତି ଓ ଯୋଜନାର ସଫଳ ରୂପାୟନ ଦ୍ବାରା କୃଷକମାନଙ୍କର ମାସିକ ଆୟରେ ବୃଦ୍ଧି ହୋଇଥିବା ସେ କହିଛନ୍ତି।
ଏନ୍ଏଏଫ୍ଆଇଏସ୍ର ଆକଳନ ଏନ୍ଏସ୍ଓର ଆକଳନ ସହ ତୁଳନୀୟ ନୁହେଁ
/sambad/media/post_attachments/wp-content/uploads/2021/10/farmers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)