ଏଟିଏମ୍‌ ଭାଙ୍ଗିଲେ, ଟଙ୍କା ନେଇପାରିଲେନି

ଧର୍ମଶାଳା: ଧର୍ମଶାଳା ଥାନା ଜାରକା ବିରଜା ମାର୍କେଟରେ ଥିବା ଏକ୍ସିସ୍‌ ବ୍ୟାଙ୍କ୍ ଏଟିଏମ୍ ମେସିନକୁ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଛନ୍ତି। ଚୋରମାନେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ। ଏହି ପ୍ରକ୍ରିୟା ବିଳମ୍ବ ହେବା ସହିତ ଭୋର ୪ଟା ହୋଇଯିବାରୁ କଂପ୍ଲେକ୍ସ ଝାଡୁଦାର ବାପିନା ବେହେରା ପହ‌ଞ୍ଚି ଯାଇଥିଲେ। ସେ ଏହାକୁ ବିରୋଧ କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ଧକ୍କାମାରି ଫେରାର୍ ହୋଇ ଯାଇଥିଲା। ଖବର ପାଇ ପାଇ ପୁଲିସ୍‌ ପହ‌ଞ୍ଚି ସିସି କ୍ୟାମେରା ଯା‌ଞ୍ଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଣେ ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନ୍ୟ ସହଯୋଗୀ ଦୂରରେ ରହିଥିବାରୁ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଇଛି। ଆଜି ଛୁଟି ଥିବାରୁ ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ଜଣାପଡ଼ିନାହିଁ। ଏଠାରୁ ୧୦୦ ମିଟର ଦୂରରେ ଜାରକା ପୁଲିସ୍‌ ବିଟ୍ ହାଉସ୍‌ ଥିବାବେଳେ ଏହା ଲୁଟେରାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ଏପଟେ ରାତ୍ର ଜଗୁଆଳ ବ୍ୟବସ୍ଥା ନଥିବାରୁ ଜାରକା ବଜାରରେ ଥିବା ଏଟିଏମ୍‌ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ପୁଲିସ୍‌ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର