ଭୁବନେଶ୍ବର: ରୁଚି ମସଲା ପ୍ରାୟୋଜିତ ତଥା ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ପକ୍ଷରୁ ଫିକା ଫିକା ରଜରେ କିଛି ଧୁମ୍ମିଠା ବାଣ୍ଟିବାକୁ ଆୟୋଜିତ ହୋଇଥିଲା ‘ରଜ ରାଜକୁମାରୀ କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମରେ ଶହ ଶହ ଶ୍ରୋତା ଅଂଶଗ୍ରହଣ କରିଥିଲେ। ଶ୍ରୋତାମାନେ ନିଜ ନିଜ ଘରେ ରହି ନିଜ ଅଳିଅଳ ଝିଅର ମନ ପସନ୍ଦର ଖାଇବା ବନେଇ, ତା’ର ପ୍ରସ୍ତୁତି ପ୍ରଣାଳୀର ଏକ ଭିଡିଓ କରି ରେଡିଓ ଚକଲେଟ୍କୁ ଡିଜିଟାଲ୍ ମାଧ୍ୟମରେ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଚୟନ କରାଯାଇଛି। ଆଜି ‘ସମ୍ବାଦ ଭବନ’ ପରିସରରେ ସାମାଜିକ ଦୂରତା ରକ୍ଷା କରି ପୁରସ୍କାର ବିତରଣ କରାଯାଇଛି। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ରେଡିଓ ଚକଲେଟ୍ର ସେଲ୍ସ୍ ଆଣ୍ଡ୍ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ରୁଚିର ନିର୍ଦ୍ଦେଶିକା ସରିନା ସାହୁ ଉପସ୍ଥିତ ଥିଲେ। ରୁଚି ଚଳିତ ବର୍ଷ ରଥଯାତ୍ରାରେ ୪୫ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ୨୩ ଜୁନ୍ରୁ ୧ ଜୁଲାଇ ପର୍ଯ୍ୟନ୍ତ ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ଜୀବନ କାହାଣୀକୁ ତାଙ୍କରି କଣ୍ଠରେ ପ୍ରସାରିତ କରାଯାଉଛି।
ପୁରସ୍କୃତ ହେଲେ ରଜ ରାଜକୁମାରୀ କାର୍ଯ୍ୟକ୍ରମର ୨୦ ବିଜେତା
/sambad/media/post_attachments/wp-content/uploads/2020/07/f8h98fh798sfh7sf89hsfhsfhsfhfhshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)