ମା’ର ପିନ୍ଧା ଲୁଗାରେ ଚାପି ହୋଇ ଶିଶୁପୁତ୍ର ମୃତ

ବେତନଟୀ: ବେତନଟୀ ଥାନା ତଥା କୃଷ୍ଣଚନ୍ଦ୍ରପୁର ଫାଣ୍ତି ଅଧୀନ ନୂଆଡିହି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏହି ଗ୍ରାମର ଏକ ୬ ମାସର ଶିଶୁପୁତ୍ର ମା’ର ପିନ୍ଧାଲିୁଗାରେ ଚାପିହୋଇ ପ୍ରାଣ ହରାଇଛି। ସୂଚନା ଅନୁଯାୟୀ; ଆଜି ମଧ୍ୟାହ୍ନରେ ହିରୋ ମହାନ୍ତଙ୍କ ପତ୍ନୀ ଶୁଭସ୍ମିତା ନିଜର ୬ମାସର ଶିଶୁପୁତ୍ର ପ୍ରିନ୍ସକୁ ଧରି ପଲଙ୍କରେ ଶୋଇଥିଲେ।

ଶୁଭସ୍ମିତାଙ୍କୁ ନିଦ ହୋଇ ଯାଇଥିବା ବେଳେ ଶିଶୁଟି ନିଦରୁ ଉଠିପଡ଼ି ଖେଳାଖେଳି କରିବା ଭିତରେ ପଲଙ୍କ ଓ କାନ୍ଥ ମଧ୍ୟରେ ଥିବା ସାମାନ୍ୟ ଫାଙ୍କରେ ଗଳି ପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟକୁ ଶିଶୁଟି ତଳକୁ ପଡ଼ିନଯାଇ ମାଆର ପିନ୍ଧାଲୁଗା ଓ ବିଛଣା ଲୁଗା ଭିତରେ ବେକଟି ଫସିଯାଇ ଝୁଲି ରହିଥିଲା। ଫଳରେ ଶିଶୁଟି କାନ୍ଦି ପାରିନଥିଲା ଓ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲା। ହେଲେ ନିଘୋଡ଼ ନିଦରେ ଶୋଇଥିବା ଶୁଭସ୍ମିତା ଏକଥା ଜାଣି ପାରିନଥିଲେ। ସେ ନିଦର ଉଠି ପୁଅକୁ ଏମିତି ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ବି ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ହିରୋ ଓ ଶୁଭସ୍ମିତାଙ୍କର ଏହା ପ୍ରଥମ ସନ୍ତାନ ଥିଲା। ପୁଅର ଏପରି ଆକସ୍ମିକ ମୃତ୍ୟୁରେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର