ସମ୍ବଲପୁର: ଆଜି ପୁଣି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ଜାମିନ ଆବଦେନ ଖାରଜ ହୋଇଛି। ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣା ପରେ ଅନ୍ୟ ଆଇନଜୀବୀମାନଙ୍କ ସହିତ ସେମାନଙ୍କୁ ବି ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗତ ୩୦ ନଭେମ୍ବର ଘଟଣାକୁ ନେଇ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ମାନ୍ୟବର ସୁ୍ପ୍ରିମ କୋର୍ଟଙ୍କ ଆଦେଶ ସତ୍ତ୍ବେ ୩୦ ନଭେମ୍ବର ଦିନ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇ ଥିଲା।

Advertisment

ଓକିଲଙ୍କ ତୀବ୍ର ବିରୋଧ ଯୋଗୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଆସିଥିବା ଜଜ୍‌ମାନେ କୋର୍ଟକୁ ଯାଇନପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସେହିଦିନ ସମ୍ବଲପୁରରେ ଅଫିସ-ଅଦାଲତ ଅଚଳ ହୋଇଯାଇଥିଲା। ଏସ୍‌ଡିଜେଏମ୍‌ ଏହି ମାମଲାରେ ଶ୍ରୀ ମିଶ୍ର ଓ ଶ୍ରୀ ବହିଦାରଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଫଳରେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। ଏହି ମାମଲା ସ୍ବତନ୍ତ୍ର ଭିଜିଲାନସ୍‌ ଜଜ୍‌ଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ଆଜି ଏହା ଉପରେ ରାୟ ଶୁଣାଇ ସ୍ବତନ୍ତ୍ର ଭିଜିଲାନସ୍‌ ଜଜ୍‌ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।