ପୁରୁଣାବାନ୍ଧଗୋଡ଼ାରେ ବୁଲିଲା ଭାଲୁ

ରାମଚନ୍ଦ୍ରପୁର: ସଞ୍ଜ ନଇଁଲେ ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗାଁ ଦାଣ୍ତରେ ବୁଲିଛନ୍ତି ଭାଲୁ। ଖରାଦିନେ ବାଡ଼ିବଗିଚାରେ ପାଚିଲା ଆମ୍ବ, ପଣସ ଓ କାଜୁ ଖାଇବାକୁ ନିକଟସ୍ଥ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁମାନେ ଜନବସତି ମୁହାଁ ହେଉଛନ୍ତି। ବେଳେ ଗ୍ରାମବାସୀ ମୁହାଁମୁହଁ ହେଉଥିବା କହିଛନ୍ତି। ଗତକାଲି ରାତିରେ ମଧ୍ୟ ଗାଁରେ ଏକ ଭାଲୁ ପଶିଥିଲା।

ଗ୍ରାମବାସୀ ଘଉଡ଼ାଇବାରୁ ଭାଲୁଟି ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଲୁଚି ଯାଇଥିଲା। ଭାଲୁ ହିଂସ୍ରଜନ୍ତୁ ହୋଇଥିବାରୁ ତା ପାଖକୁ ନଯିବାକୁ ବନପାଳ ମଳୟ କୁମାର ସାହୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭାଲୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର