ସମ୍ବଲପୁର: ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ଜାକଜମକରେ ଦୁର୍ଗାପୂଜା ଚାଲିଛି। ରବିବାର ମାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହେଉଥିବାରୁ ସବୁଠି ଚଳଚଞ୍ଚଳ ହୋଇପଡିଛି। ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପଗୁଡିକ ଚୁମ୍ବକୀୟ ଲାଇଟରେ ଝଲମଲ ଦିଶୁଛି। ଧୀରେ ଧୀରେ ମଣ୍ଡପଗୁଡିକରେ ଭିଡ ଜମୁଛି।

Advertisment

ବିଭିନ୍ନ ପୂଜା କମିଟି ତରଫରୁ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଫାଟକ ବୁଢ଼ାରଜା ଦୁର୍ଗାପୂଜା କମିଟି ପକ୍ଷରୁ ନିର୍ମିତ ନିଆରା ତୋରଣ କଦମ୍ବ ଫୁଲରେ ମହୁମାଛି ଦର୍ଶକଙ୍କ ମନମୋହୁଛି।