ଭୁବନେଶ୍ବର-ତିରୁପତି ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଦିନେ ବାତିଲ୍‌

ଭୁବନେଶ୍ବର: ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକାଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ୍‌ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌(୦୮୪୭୯/୦୮୪୮୦)କୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ୍‌ ଭୁବନେଶ୍ୱରରୁ ଡିସେମ୍ବର ୧୯ ଓ ତିରୁପତିରୁ ଡିସେମ୍ବର ୨୦ ତାରିଖ ଦିନ ବାତିଲ ରହିବ। ନାଗରକୋଏଲ-ଶାଲିମାର୍‌ ସ୍ବତନ୍ତ୍ର ଏକ୍ସପ୍ରେସ(୦୨୬୫୯) ନାଗରକୋଏଲରୁ ଡିସେମ୍ବର ୨୦ରେ, ଯଶୋବନ୍ତପୁର-ଟାଟା ସ୍ବତନ୍ତ୍ର ଟ୍ରେନ(୦୨୮୯୦) ଯଶୋବନ୍ତପୁରରୁ ଡିସେମ୍ବର ୨୧ ଓ ଯଶୋବନ୍ତପୁର-ହାତୀଆ ସ୍ବତନ୍ତ୍ର ଟ୍ରେନ(୦୨୮୩୬) ଯଶୋବନ୍ତପୁରରୁ ଡିସେମ୍ବର ୨୫ରେ ତିରୁପତି ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି କାଟପାଡି-ରେନିଗୁଣ୍ଟା-ଗୁଡୁର ଷ୍ଟେସନ୍‌ ଦେଇ ଚଳାଚଳ କରିବ।

ସମ୍ବନ୍ଧିତ ଖବର