ବଡ଼ ଅଘଟଣ ଟଳିଗଲା

କୋରେଇ: ଆଜି ସକାଳେ କୋରେଇ ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି। ହେଲେ ଅଳ୍ପକେ ବହୁ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଏକ ବଡ଼ ଅଘଟଣ ଟଳି ଯାଇଛି। ଦୁର୍ଘଟଣାର ପ୍ରାୟ ଅଧଘଣ୍ଟାଏ ପରେ ଏହି ଷ୍ଟେସନ୍‌ରେ ବାଲେଶ୍ବର-ଭୁବନେଶ୍ବର ମେମୁ ଟ୍ରେନ୍‌ ରହଣି କରିଥାଏ।

ଏହି ଟ୍ରେନ୍‌ରେ ବହୁ ଚାକିରିଆ ଭୁବନେଶ୍ବର ଯାଉଥିବା ବ‌େଳେ କଟକ ବଡ଼ ଡାକ୍ତରଖାନାକୁ ମଧ୍ୟ ଲୋକମାନେ ଯାଇଥାନ୍ତି। ସେହିପରି ବ୍ୟାସନଗର ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାତାୟାତ କରୁଥିବା ଶ୍ରମିକମାନେ ମଧ୍ୟ ଏହି ଟ୍ରେନ୍‌ ଉପରେ ନିର୍ଭର କରନ୍ତି। ଫଳରେ ଏହିସବୁ ସ୍ଥାନକୁ ଯିବା ପାଇଁ ପ୍ରତିଦିନ କୋରେଇ ରେଳ ଷ୍ଟେସନରରେ ଶତାଧିକ ଲୋକଙ୍କ ଭିଡ଼ଜମେ। ଆଜିର ଦୁର୍ଘଟଣା ସମୟ ଠାରୁ ପ୍ରାୟ ଅଧଘଣ୍ଟାଏ ପରେ ମେମୁ ଟ୍ରେନ୍‌ ଆସିବାର ଥିଲା। ଦଶ ପନ୍ଦର ମିନିଟ୍‌ର ସମୟ ଡେରି ହୋଇଥିଲେ ବଡ଼ ଅଘଟଣ ଘଟିବା ସହ ବହୁ ଧନଜୀବନ ନଷ୍ଟ ହୋଇଥାନ୍ତା।

ସମ୍ବନ୍ଧିତ ଖବର