ପୁରୀ : ତିନି ରଥରେ ଲାଗୁଥିବା କଣ୍ଟା ଭିତରେ ସବୁଠୁ ବଡ଼ ହେଉଛି ‘ଜଂଘା କଣ୍ଟା’। ଏହାର ଲମ୍ବ ପ୍ରାୟ ସାଢ଼େ ୪ ଫୁଟ ଓ ମୋଟେଇ ୧ ଇଞ୍ଚ। ଶ୍ରୀମନ୍ଦିର ଦୋଳବେଦି କମାରଶାଳରେ ଓଝା ସେବକମାନେ ଏହି କଣ୍ଟା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ତାଳଧ୍ବଜର ରଥର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣା କହିଛନ୍ତି, ଜଂଘା କଣ୍ଟା ତେରପରସ୍ତ ପୋଟଳରେ ବାଡ଼ିଆ ହୁଏ। ତେରପରସ୍ତ ପୋଟଳକୁ ଶକ୍ତ ଭାବେ ବାନ୍ଧି ରଖିବା ପାଇଁ ତେରପରସ୍ତ ପୋଟଳର ଚାରିକୋଣରେ ଏହାକୁ ବାଡ଼ିଆ ଯାଇଥାଏ। ପ୍ରତି ରଥରେ ୪ଟି, ଏଭଳି ତିନିଟି ରଥରେ ୧୨ଟି ଜଂଘା କଣ୍ଟା ବ୍ୟବହାର ହୋଇଥାଏ। ସେହିଭଳି ଶୁଆ ବା ନାରାଜ କଣ୍ଟା ବି ପ୍ରାୟ ସାଢ଼େ ୪ ଫୁଟ। କିନ୍ତୁ ଏହାର ମୋଟେଇ ଅଧ ଇଞ୍ଚ। ଇଏ ବି ରଥର ବଡ଼ କଣ୍ଟା। ପ୍ରତି ରଥରେ ଚାରିଟି ଲେଖାଏଁ, ତିନି ରଥରେ ୧୨ଟି ଶୁଆ କଣ୍ଟା ବାଡ଼ିଆ ହୋଇଥାଏ।
ରଥର ସବୁଠୁ ବଡ଼ ‘ଜଂଘା କଣ୍ଟା’
/sambad/media/post_attachments/wp-content/uploads/2023/06/p70.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)